ଡାଳି ପାରିଧି Ḍāḻi pāridhi
- ପ୍ରାଦେ. (ଗଡ଼ଜାତ) ବି — ଏକପ୍ରକାର ମୃଗୟା; ରାତିରେ ଶିକାରୀମାନେ ମୁଣ୍ଡରେ ଡାଳି ବା ଜଳନ୍ତା ନିଆଁର ଉମ୍ଭେଇ ଘେନି ବନରେ ବୁଲି ପାଖକୁ ଆସିବା ମୃଗମାନଙ୍କୁ ଶିକାର କରିବା ରୀତି — A kind of hunting in which animals are attrated by a burning fire-pan carried by an attendant on the head and are killed by the hunter when they come near
- ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଡାଳିପାରିଧିରେ ଶିକାରୀର ଅନୁଚର ମୁଣ୍ଡ ଉପରେ ଗୋଟିଏ ଜଳନ୍ତା ନିଆଁର ଉମ୍ଭେଇ ରଖି ସେ ଉମ୍ଭେଇ ପଛରେ ଗୋଟିଏ ଚିତ୍ରବିଚିତ୍ର ତାଟି ବାନ୍ଧି ଆପଣା ଅଣ୍ଟାରେ ଘଣ୍ଟି ଘାଗୁଡ଼ି ବାନ୍ଧି ଅନ୍ଧାର ରାତିରେ ଜଙ୍ଗଲରେ ନାଚି ନାଚି ଦ୍ରୁତଗତିରେ ଚାଲୁଥାଏ ଓ ତା ପଛରେ ଶିକାରୀ ବନ୍ଧୁକ ବା କାଣ୍ଡ ଧରି ଚାଲୁଥାଏ। ବନ୍ୟଜନ୍ତୁ— ମାନେ ସେହି ଗତିଶୀଳ ଆଲୋକ ଓ ଘଣ୍ଟି ଘାଗୁଡ଼ିର ଶବ୍ଦଦ୍ୱାରା ଆକୃଷ୍ଟ ହୋଇ ନିକଟକୁ ଆସିଲେ ତା ପଛରେ ଥିବା ଶିକାରୀ ସେମାନଙ୍କୁ ବାଣ ବା ବନ୍ଧୁକ ମାରେ। ବର୍ତ୍ତମାନ ବୈଦ୍ୟୁତିକ ମସାଲ (ଇଲେକ୍ଟ୍ରିକ୍ ଟର୍ଚ୍ ଲାଇଟ୍) ଦ୍ୱାରା ମୃଗମାନଙ୍କୁ ନିକଟକୁ ଆକୃଷ୍ଟ କରି ଡ଼ାଳିପାରିଧି କରା ଯାଉଅଛି।]