ଡାଳ ଚିନି Ḍāḻa chini
- ଦେ. ବି. (ସଂ. ଦାରୁଚିନି) — ଗୁଡ଼ତ୍ୱକ; ବୃକ୍ଷବିଶେଷର ସୁମିଷ୍ଟ ସୁବାସ ବଳ୍କଳ — Cinnamon; Cinnamonum Zeylanicum; Cinnamoni Bartex
- ଦେ. ବି. (ସଂ. ଦାରୁଚିନି) — [ଦ୍ର—ଏ ବୃକ୍ଷର ପତ୍ର ମୋଟା ଓ ପତ୍ରର ପିଠି ଚିକ୍କଣ। ଏହା ଦକ୍ଷିଣ ଭାରତରେ ଜନ୍ମେ। ତେଜପତ୍ରର ଗଛ ଦେଖିବାକୁ ଡାଳଚିନିର ଗଛ ପରି। କେହି କେହି ତେଜପତ୍ର ଗଛର ବକଳକୁ ଡାଳଚିନି ବୋଲି ଭ୍ରମ କରନ୍ତି।]
- ଦେ. ବି. (ସଂ. ଦାରୁଚିନି) — ବୈଦ୍ଯକ ଅନୁସାରେ ଏହା କଫ, ବାୟୁ, କଣ୍ଡୂ, ଆମଦୋଷ, ଅରୁଚି, ହୃଦ୍ରୋଗ, ବସ୍ତିରୋଗ, ବାତଜନିତ ଅର୍ଶ, କୃମି, ପୀନସ ଓ ଶୃକ୍ରରୋଗ ନାଶକ। ଏହା ମୁଖଶୋଷ ଓ ତୃଷ୍ଣା ନିବାରକ। ଡାଳଚିନିକୁ ଘୋରି କପାଳରେ ଲଗାଇଲେ ମୁଣ୍ଡବିନ୍ଧା ଭଲ ହୁଏ। ଡାଳଚିନି ତୈଳ ମଧ୍ୟ ଔଷଧରେ ଲାଗେ। ଏହା ପାନ ଓ ତରକାରୀର ମସଲାରୂପେ ବ୍ଯବହୃତ ହୁଏ।]