ଡାଙ୍ଗିଆ Ḍāṅgiā
- ଦେ. ବି — ଚାଳର ରୁଅ କିବା ଘରକାନ୍ଥର ବାଉଁଶ ବାଡ଼ରେ କାମୁଡ଼ା ଭିଡ଼ିବା ପାଇଁ ଯେଉଁ କଟକଟି ବା ଦଉଡ଼ା ବ୍ଯବହୃତ ହୁଏ ସେହି ଦଉଡ଼ାକୁ ମୋଡ଼ିବା ନିମନ୍ତେ ବ୍ଯବହୃତ ବାଉଁଶର ଛୋଟ ଡାଙ୍ଗ — A short stick used to twist the cross- bamboos to stick to the rafter of a thatch or of a bamboo wall
- ଦେ. ବି — ନାହା ବୋଟ ଆଦି ଓଟାରିବା ଦଉଡ଼ିର ଅଗରେ ଲାଗି— ଥିବା କାଠି; ଟାଣିବାବାଲା ଯାହାକୁ କାଖରେ ଧରି ଡଙ୍ଗା ଭିଡ଼େ — Short stick attached to the end of a towing rope for being handled by the coolies while pulling boats
- ଦେ. ବି — ଗୋବରା ଚଢ଼େଇକୁ ବସାଇବା ନିମନ୍ତେ ଯେଉଁ ଡାଙ୍ଗ ବା କାଠି ବ୍ଯବହୃତ ହୁଏ — The upper cross-like arm of a bird-perch
- ଦେ. ବି — ତନ୍ତ ସଂଲଗ୍ନ ଛୋଟ କାଠ — Small stick attached to a fly-shuttle loom
- ଦେ. ବି — [ଦ୍ର—ଏହାଦ୍ୱାରା ବୁଣା ହେଉଥିବା ଲୁଗାର ଧଡ଼ିରେ କୁମ୍ଭ ବା ଛକ ବୁଣାଯାଏ।]
- ଦେ. ବି — ଡାଙ୍ଗ (ଦେଖ) — Ḍāṅga (See)
- ପ୍ରାଦେ. (ଗଡ଼ଜାତ) ବି — ଯେ ଖଣ୍ଡା ବା କଟାରିରେ ବଳି (ପଶୁ) କୁ ହାଣେ — One who kills the sacrificial beast by means of a weapon