ଡାକ ରନର୍ Ḍāka ranar
- ଦେ. ବି.—(ଓ. ଇଂ ଡାକ+ ଇଂ. ରନ୍ନର୍) — ଯେଉଁ କୁଲୀ ଏକ ଡାକଘରୁ ଚିଠି ଓ ପୁଲିନ୍ଦା ଆଦି ନେଇ ଅନ୍ଯ ଡାକଘରରୁ ଦଉଡ଼ି ଦଉଡ଼ି ଯାଏ — Postal runner
- ଦେ. ବି.—(ଓ. ଇଂ ଡାକ+ ଇଂ. ରନ୍ନର୍) — [ଦ୍ର—ସାଧାରଣ ପତ୍ରବାହକଦ୍ୱାରା ପ୍ରେରିତ ପତ୍ରାଦି ଅପେକ୍ଷା ଡାକରେ ପ୍ରେରିତ ପତ୍ରାଦି ଠିକଣାରେ ଚଞ୍ଚଳ ପହଞ୍ଚିବ ବୋଲି ଡାକ ରନର୍ମାନେ ଦ୍ରୁତିଗତିରେ ଚାଲନ୍ତି, ଏବଂ ରାତିରେ ମଧ୍ୟ ଯିବା— ଆସିବା କରନ୍ତି। ସାଧାରଣତଃ ଜଣେ ଡାକ ରନର୍ 10 ମାଇଲ ବାଟ ଦ୍ରୁତଗତିରେ ଯାଇ ସେଠାରେ ଥିବା ନୂଆ ରନର୍କୁ ଡାକ ବ୍ୟାଗ୍ ଦିଏ ଓ ଉକ୍ତ ରନର୍ ପରବର୍ତ୍ତୀ 10 ମାଇଲ ବାଟ ଯାଇ 3 ୟ ରନର୍କୁ ଦିଏ। ପୂର୍ବେ ଏହି ରନର୍ମାନଙ୍କଦ୍ୱାରା ଭାରତର ଏକ ମୁଣ୍ଡରୁ ଅନ୍ଯ ମୁଣ୍ଡ ପର୍ଯ୍ୟନ୍ତ ଡାକ ନିଆ ଅଣା ହେଉଥିଲା। ଆଜି କାଲି ରେଳ ଓ ମଟର ଆଦି ଚାଳିବାରୁ ଡାକ ରନର୍ମାନଙ୍କ ସଂଖ୍ୟା କମିଛି; ତଥାପି ଯେଉଁଠାରେ ରେଳ ଓ ମଟର ଆଦି ଯିବାଆସିବା କରୁ ନାହିଁ ସେଠାରେ ରନର୍ମାନେ ହିଁ ଡାକ ବୋହୁ ଅଛନ୍ତି। ବିଲାତରୁ ଜାହାଜରେ ଡାକ ଯିବାଆସିବା କରେ; ବର୍ତ୍ତମାନ ଉଡ଼ାଜାହାଜ ହେବାରୁ ଜରୁରି ଚିଠିପତ୍ରାଦି ଉଡ଼ାଜାହାଜରେ ଭାରତ ଓ ବିଲାତ ମଧ୍ୟରେ ନିଆ ଅଣା ହେଉ ଅଛି। ଉଡ଼ାଜାହାଜରେ ଚିଠିପତ୍ରାଦି ବିଲାତକୁ ଡାକରେ ପଠାଇଲେ ସାଧାରଣ ଡାକମାସୁଲ ଅପେକ୍ଷା ପ୍ରେରକଙ୍କୁ ବେଶି ମାସୁଲ ଦେବାକୁ ପଡ଼େ। ଡାକ ରନର୍— ମାନେ ଝୁମୁକିଲଗା ବାଡ଼ିକୁ ଝୁମୁଝୁମୁ କରି ହଲାଇ ଶ୍ରମପନୋଦନାର୍ଥ ଗୀତ ବୋଲି ଦଉଡ଼ୁ ଥାଆନ୍ତି; ଶ୍ୱାପଦ ଓ ଦସ୍ୟୁ ସଙ୍କୁଳ ଅଞ୍ଚଳରେ ଏକସଙ୍ଗରେ ଏକାଧିକ ରନର୍ ଅସ୍ତ୍ରଶସ୍ତ୍ରସଜ୍ଜିତ ହୋଇ ଯିବା ଆସିବା କରନ୍ତି।] — [ଦ୍ର—ସାଧାରଣ ପତ୍ରବାହକଦ୍ୱାରା ପ୍ରେରିତ ପତ୍ରାଦି ଅପେକ୍ଷା ଡାକରେ ପ୍ରେରିତ ପତ୍ରାଦି ଠିକଣାରେ ଚଞ୍ଚଳ ପହଞ୍ଚିବ ବୋଲି ଡାକ ରନର୍ମାନେ ଦ୍ରୁତିଗତିରେ ଚାଲନ୍ତି, ଏବଂ ରାତିରେ ମଧ୍ୟ ଯିବା— ଆସିବା କରନ୍ତି ସାଧାରଣତଃ ଜଣେ ଡାକ ରନର୍10ମାଇଲ ବାଟ ଦ୍ରୁତଗତିରେ ଯାଇ ସେଠାରେ ଥିବା ନୂଆ ରନର୍କୁ ଡାକ ବ୍ୟାଗ୍ ଦିଏ ଓ ଉକ୍ତ ରନର୍ ପରବର୍ତ୍ତୀ10ମାଇଲ ବାଟ ଯାଇ3ୟ ରନର୍କୁ ଦିଏ ପୂର୍ବେ ଏହି ରନର୍ମାନଙ୍କଦ୍ୱାରା ଭାରତର ଏକ ମୁଣ୍ଡରୁ ଅନ୍ଯ ମୁଣ୍ଡ ପର୍ଯ୍ୟନ୍ତ ଡାକ ନିଆ ଅଣା ହେଉଥିଲା ଆଜି କାଲି ରେଳ ଓ ମଟର ଆଦି ଚାଳିବାରୁ ଡାକ ରନର୍ମାନଙ୍କ ସଂଖ୍ୟା କମିଛି; ତଥାପି ଯେଉଁଠାରେ ରେଳ ଓ ମଟର ଆଦି ଯିବାଆସିବା କରୁ ନାହିଁ ସେଠାରେ ରନର୍ମାନେ ହିଁ ଡାକ ବୋହୁ ଅଛନ୍ତି ବିଲାତରୁ ଜାହାଜରେ ଡାକ ଯିବାଆସିବା କରେ; ବର୍ତ୍ତମାନ ଉଡ଼ାଜାହାଜ ହେବାରୁ ଜରୁରି ଚିଠିପତ୍ରାଦି ଉଡ଼ାଜାହାଜରେ ଭାରତ ଓ ବିଲାତ ମଧ୍ୟରେ ନିଆ ଅଣା ହେଉ ଅଛି ଉଡ଼ାଜାହାଜରେ ଚିଠିପତ୍ରାଦି ବିଲାତକୁ ଡାକରେ ପଠାଇଲେ ସାଧାରଣ ଡାକମାସୁଲ ଅପେକ୍ଷା ପ୍ରେରକଙ୍କୁ ବେଶି ମାସୁଲ ଦେବାକୁ ପଡ଼େ ଡାକ ରନର୍— ମାନେ ଝୁମୁକିଲଗା ବାଡ଼ିକୁ ଝୁମୁଝୁମୁ କରି ହଲାଇ ଶ୍ରମପନୋଦନାର୍ଥ ଗୀତ ବୋଲି ଦଉଡ଼ୁ ଥାଆନ୍ତି; ଶ୍ୱାପଦ ଓ ଦସ୍ୟୁ ସଙ୍କୁଳ ଅଞ୍ଚଳରେ ଏକସଙ୍ଗରେ ଏକାଧିକ ରନର୍ ଅସ୍ତ୍ରଶସ୍ତ୍ରସଜ୍ଜିତ ହୋଇ ଯିବା ଆସିବା କରନ୍ତି]