ଡବଲ ପ୍ରମୋସନ୍ Ḍabal pramosan
- ବୈଦେ.ବି (ଇଂ) — ସାଧାରଣ ଛାତ୍ର ବାର୍ଷିକ ପରୀକ୍ଷାରେ ବର୍ଷ ଶେଷରେ ଏକ ଶ୍ରେଣୀରୁ ତଦୂର୍ଦ୍ଧ୍ୱ ଶ୍ରେଣୀକୁ ଉନ୍ନୀତ ହେବା ପରି ଉନ୍ନୀତ ନହେଇ ଉକ୍ତୃଷ୍ଟ ଛାତ୍ର ଏକାଥରକେ ଗୋଟିଏ କ୍ଳାସକୁ ଟପି ତାହା ଉପର କ୍ଳାସକୁ ପାଇବା ପ୍ରମୋସନ — Double promotion
- ବୈଦେ.ବି (ଇଂ) — [ଦ୍ର— ସାଧାରଣତଃ ସ୍କୁଲରେ ଏକଶ୍ରେଣୀରେ ପଢ଼ୁଥିବା ଛାତ୍ରମାନେ ବାର୍ଷିକ ପରୀକ୍ଷାରେ ପାଶ୍ କଲେ ଉପର ଶ୍ରେଣୀକୁ ପ୍ରମୋସନ୍ ପାଆନ୍ତି। କିନ୍ତୁ କୌଣସି କୌଣସି ଅସାଧାରଣ ବୁଦ୍ଧିଜୀବୀ ଛାତ୍ରର ଅସାଧାରଣ ପାଠୋନ୍ନତି ଦେଖାଗଲେ ଶିକ୍ଷକମାନେ ତାକୁ ଡବଲପ୍ରମୋସନ୍ ଦିଅନ୍ତି ଅର୍ଥାତ୍ ଉକ୍ତ ଛାତ୍ରକୁ ଏକାବର୍ଷକେ ଉପରକ୍ଳାସକୁ ଟପାଇ ତହିଁ ଉପର କ୍ଳାସକୁ ଉଠାଇ ଦିଅନ୍ତି।]