ଡଙ୍ଗାପାଣିଦିଆ Ḍaṅgā-pāṇi-diā

  • ଦେ. ବି. — ନୌକାର ଅନ୍ଯ ସମସ୍ତ ଅଙ୍ଗ ତିଆରି ସରିବା ପରେ ଡଙ୍ଗାର ଆଗ ମଙ୍ଗର ବେକ ପାଖେ ଯେଉଁ ଚିତ୍ରିତପଟାଖଣ୍ଡ ଲାଗିବ ତହିଁ ଉପରେ ପାଣି ଢାଳିବା ରୂପ ମାଙ୍ଗଲ୍ୟ-କର୍ମ — The ceremony of pouring water over the end-plate of a newly made boat before it is launched
  • ଦେ. ବି. — [ଦ୍ର— ଡଙ୍ଗାଟି ତିଆରି ସରିଲେ ତହିଁର ଆଗ ମଙ୍ଗର ବେକରେ ଚିତ୍ରିତ ପଟା ଖଣ୍ଡିକ ଲାଗି ନ ଥାଏ। ବଢ଼େଇ ସର୍ବ ଶେଷରେ ଡଙ୍ଗାର ଆଗ ମଙ୍ଗରେ ଉକ୍ତ ପଟାଖଣ୍ଡି ରଖି ତା ଉପରେ ଢାଳେ ପାଣି ଇଡ଼େ ଓ ଡଙ୍ଗାର ସ୍ୱାମୀ ଉକ୍ତ ପାଣିକୁ ଖଣ୍ଡେ ନୂଆ ଲୁଗାରେ ଅଣ୍ଟି ଦେଖାଇ ଧରେ। ଡଙ୍ଗାପାଣିଦିଆ କାମ ଶେଷ ହେଲେ ବଢ଼େଇ ଉକ୍ତ କାଠ ଖଣ୍ଡକୁ କଣ୍ଡା ମାରି ଡଙ୍ଗାରେ ସଂଲଗ୍ନ କରିବା ପରେ ଡଙ୍ଗାର ନିର୍ମାଣକ୍ରିୟା ସମାପ୍ତ ହୁଏ ଓ ଡଙ୍ଗା ପାଣିକୁ ଯାଏ। ଏହା ନ ହେବା ପର୍ଯ୍ୟନ୍ତ ଡଙ୍ଗା ପାଣିକୁ ଯାଏ ନାହିଁ।]