ଡଙ୍କାରୀ Ḍaṅkārī

  • ଦେ. ବି.—(ସଂ. ଟଙ୍କାରୀ) — ଏକପ୍ରକାର ବନ୍ୟ କ୍ଷୁପ — Wild Goose-berry; Physalis Peruvina a plant used as medicine for some cattle disease and as antidote against poisoning
  • ଦେ. ବି.—(ସଂ. ଟଙ୍କାରୀ) — [ଦ୍ର—ଏହା ବଙ୍ଗନାଦିବର୍ଗର ବର୍ଷାୟୁ ଫଳ ଶାକ। ଏହାର ଫଳ ଟିକି ବାଇଗଣ ପରି ବହୁବୀଜ। ଆଶ୍ୱଗନ୍ଧା ଫଳ ପରି ଫଳର ମୂଳ ଫୁଲର ପାଖୁଡ଼ାରେ ଆବୃତ। ଏହା ଦକ୍ଷିଣ ଆମେରିକାର ଗଛ; ଏ ଦେଶକୁ ଅଣା ଯାଇ ଜଙ୍ଗଲୀ ହୋଇ ଅଛି। ଏ ଗଛରେ କଣ୍ଟା ନାହିଁ, ପତ୍ରର ଆକୃତି ମନ୍ଦାରପତ୍ର ପରି, କିନ୍ତୁ ମନ୍ଦାର ପତ୍ର ଠାରୁ ଛୋଟ। ନାଲି ଧଳା ଓ ଗୋଲାପୀ ଫୁଲ ଭେଦରେ ଏ ଗଛ ତିନି ପ୍ରକାରର। ଫୁଲ ଗୋଛା ଗୋଛା ହୋଇ ଧରେ, ଫୁଲ ଝଡ଼ି ଗଲେ ଫଳ ମଧ୍ୟ ଥୋପା ଥୋପା ହୋଇ ଫଳେ। ବୈଦ୍ୟଶାସ୍ତ୍ର ମତରେ ଏହା ବାତଘ୍ନ, ତିକ୍ତରସ, କଫନାଶକ, ଅଗ୍ନିଦୀପକ, ଲଘୁ ଏବଂ ଶୋଥ ଓ ଉଦର ରୋଗ ନାଶକ ଓ ବିସର୍ପ ରୋଗରେ ହିତକର। ଗୋମେଷାଦିଙ୍କ ବେଙ୍ଗା ଓ ଶୋଷା ରୋଗରେ ଏହା ବ୍ଯବହୃତ ହୁଏ ଓ ଏହା ବିଷନାଶକ।]
  • ପ୍ରାଦେ. (ସମ୍ବଲପୁର) ବି. — ପିତଳର ଏକପ୍ରକାର ଚଟୁ — A kind of brass ladle