ଠିକାଦାର୍ Ṭhikā-dār

  • ଦେ. ବିଣ — କାନ୍ତରାଟକାର; କାନତରାଟି; କଣ୍ଟ୍ରାକ୍ଟର — Contractor; one who undertakes to do any work on contract system
  • ଦେ. ବିଣ — ନାନାପ୍ରକାର ମିଷ୍ଟାନ୍ନ, ନାନାପ୍ରକାର ପେୟ, ଆସନ, ଦାନ୍ତଖୁଣ୍ଟା ପର୍ଯ୍ୟନ୍ତ ଧରି ଠିକାଦାର ହାଜର। ଫକୀରମୋହନ. ଗଳ୍ପସ୍ୱଳ୍ପ।
  • ଦେ. ବିଣ — ଇଜରାଦାର; ବାର୍ଷିକ ବା ସାମୟିକ ଜମାରେ ଘାଟ ଆଦିର ମାସୁଲା ଆଦାୟର ସ୍ୱତ୍ୱ ପଟାନେଇ ଥିବା ବ୍ଯକ୍ତି — Ijaradar; a person who takes a farming lease
  • ପ୍ରାଦେ. (ସମ୍ବଲପୁର) ବିଣ — ଗ୍ରାମର ପ୍ରଜାଙ୍କଠାରୁ ଖଜଣା ଆଦାୟ କରି ନିର୍ଦ୍ଦିଷ୍ଟ ରାଜସ୍ୱ ଜମିଦାରଙ୍କ ନିକଟ ଦାଖଲ କରିବା ପାଇଁ ନିର୍ଦ୍ଦିଷ୍ଟ କାଳ ନିମନ୍ତେ ଇଜାରା ନେଇଥିବା ବ୍ଯକ୍ତି — Farmer of a village under a zamindar