ଠିଆ ହେବା Ṭhiā hebā

  • ଦେ. କ୍ରି. (ସଂ. ସ୍ଥିର ତୁଳ; ପ୍ରା. ଠିଆ କିମ୍ବା ସ୍ଥା ଧାତୁ ଷ୍ଠା=ଠିଆ) — ଛିଡ଼ା ହେବା; ଗୋଡ଼ରେ ଦଣ୍ଡାୟମାନ ହେବା — To stand on the legs; to stand up
  • ଦେ. କ୍ରି. (ସଂ. ସ୍ଥିର ତୁଳ; ପ୍ରା. ଠିଆ କିମ୍ବା ସ୍ଥା ଧାତୁ ଷ୍ଠା=ଠିଆ) — ଲମ୍ବ ବାଗରେ ଅବସ୍ଥାନ କରିବା; ଭୂପୃଷ୍ଠ ସଙ୍ଗେ ସମକୋଣ ଉତ୍ପନ୍ନ କରି ଅବସ୍ଥାନ କରିବା — To stand erect or perpendicularly; to stand on end
  • ଦେ. କ୍ରି. (ସଂ. ସ୍ଥିର ତୁଳ; ପ୍ରା. ଠିଆ କିମ୍ବା ସ୍ଥା ଧାତୁ ଷ୍ଠା=ଠିଆ) — (ଯଥା—ବାଘକୁ ଦେଖି ଦେହର ରୁମଯାକ ଠିଆ ହୋଇଗଲା।)
  • ଦେ. କ୍ରି. (ସଂ. ସ୍ଥିର ତୁଳ; ପ୍ରା. ଠିଆ କିମ୍ବା ସ୍ଥା ଧାତୁ ଷ୍ଠା=ଠିଆ) — ବିଦ୍ଯମାନ ହେବା; ଅବସ୍ଥାନ କରିବା — To be present
  • ଦେ. କ୍ରି. (ସଂ. ସ୍ଥିର ତୁଳ; ପ୍ରା. ଠିଆ କିମ୍ବା ସ୍ଥା ଧାତୁ ଷ୍ଠା=ଠିଆ) — (ଯଥା—ସେ ଗଛଟା ତିନି ବର୍ଷ ହେଲା ମରି ସେହିପରି ଠିଆ ହୋଇ ରହିଅଛି।)
  • ଦେ. କ୍ରି. (ସଂ. ସ୍ଥିର ତୁଳ; ପ୍ରା. ଠିଆ କିମ୍ବା ସ୍ଥା ଧାତୁ ଷ୍ଠା=ଠିଆ) — ମସ୍ତକ ଉତ୍ତୋଳନ କରିବା — To raise one's head
  • ଦେ. କ୍ରି. (ସଂ. ସ୍ଥିର ତୁଳ; ପ୍ରା. ଠିଆ କିମ୍ବା ସ୍ଥା ଧାତୁ ଷ୍ଠା=ଠିଆ) — (ଯଥା—ଲଜ୍ଜାରେ ମୁଁ ଦାଣ୍ଡରେ ଠିଆ ହୋଇ ପାରୁ ନାହିଁ)
  • ଦେ. କ୍ରି. (ସଂ. ସ୍ଥିର ତୁଳ; ପ୍ରା. ଠିଆ କିମ୍ବା ସ୍ଥା ଧାତୁ ଷ୍ଠା=ଠିଆ) — (ଲିଙ୍ଗ) ଉଦ୍ରିକ୍ତ ହେବା — To become rigid and erect (said of the male organ)
  • ଦେ. କ୍ରି. (ସଂ. ସ୍ଥିର ତୁଳ; ପ୍ରା. ଠିଆ କିମ୍ବା ସ୍ଥା ଧାତୁ ଷ୍ଠା=ଠିଆ) — ବିପକ୍ଷତା ଆଚରଣ କରିବା — To stand against
  • ଦେ. କ୍ରି. (ସଂ. ସ୍ଥିର ତୁଳ; ପ୍ରା. ଠିଆ କିମ୍ବା ସ୍ଥା ଧାତୁ ଷ୍ଠା=ଠିଆ) — (ଯଥା—ସେ ସର୍ବଦା ମୋ ବିପକ୍ଷରେ ଠିଆ ହେଉଅଛନ୍ତି)
  • ଦେ. କ୍ରି. (ସଂ. ସ୍ଥିର ତୁଳ; ପ୍ରା. ଠିଆ କିମ୍ବା ସ୍ଥା ଧାତୁ ଷ୍ଠା=ଠିଆ) — ସମକକ୍ଷ ହେବା; ପ୍ରତିଯୋଗୀ ହେବା — To cope (with); to vie (with)
  • ଦେ. କ୍ରି. (ସଂ. ସ୍ଥିର ତୁଳ; ପ୍ରା. ଠିଆ କିମ୍ବା ସ୍ଥା ଧାତୁ ଷ୍ଠା=ଠିଆ) — (ଯଥା—ବଳରେ ଭୀମ ଆଗରେ ଠିଆ ହେବାକୁ କୌରବ— ମାନଙ୍କ ମଧ୍ୟରେ ଜଣେ କେହି ବୀର ନ ଥିଲେ।)