ଠାବ କରିବା Ṭhāba karibā
- ଦେ. କ୍ରି — ଅନୁସନ୍ଧାନ ଦ୍ୱାରା କୌଣସି ଅଜ୍ଞାତ ବିଷୟ ବା ସଂବାଦ ସ୍ଥିର କରି ବୁଝିବା; ଠିକଣା କରିବା — To find out the clue to something after inquary; to ascertain an unknown matter
- ଦେ. କ୍ରି — ବୁଲି ଋଷ୍ୟମୁକେ ଖୋଜି ନ ପାଇ ବିବରକେ ସେ ଠାବ କଲେ ଯାଇଁ। ଭଞ୍ଜ. ବୈଦେହିଶବିଳାସ।
- ଦେ. କ୍ରି — କୌଣସି ବ୍ଯକ୍ତିର ପତ୍ତା ବା ଠିକଣା ଅନୁସନ୍ଧାନ ଦ୍ୱାରା ଜାଣିବା — To ascertain the address or whereabouts of a person
- ଦେ. କ୍ରି — (ଯଥା—ହନୁମାନ ସୀତାଙ୍କୁ ଠାବ କରିବାକୁ ଲଙ୍କାକୁ ଗଲା।)
- ଦେ. କ୍ରି — ରହିବା; ଅବସ୍ଥାନ କରିବା — To stay
- ଦେ. କ୍ରି — ମନେ କଲି ଚନ୍ଦ୍ରଙ୍କୁ ଘେନି ସୂର୍ଯ୍ୟଦେବ ଏ ମେଘର ମଧ୍ୟେ କି କରିଛନ୍ତି ଠାବ। କୃଷ୍ଣସିଂହ. ମହାଭାରତ. ଅନୁଶାସନ।