ଠାଆ କରିବା Ṭhāā-karibā
- ଦେ. କ୍ରି—(ସଂ. ସ୍ଥାନ; ପ୍ରା. ଠାଣ) — ଭୋଜନ ପାଇଁ ସ୍ଥାନ ପ୍ରସ୍ତୁତ କରିବା — To make a place ready for dining
- ଦେ. କ୍ରି—(ସଂ. ସ୍ଥାନ; ପ୍ରା. ଠାଣ) — [ଦ୍ର—ଭୋଜନ ସ୍ଥାନକୁ ଓଳାଇ, ପାଣି ଛିଞ୍ଚି, ପୀଢ଼ା ବା ଆସନ ପକାଇ, ଭୋଜନ ପତ୍ର ବା ପାତ୍ର ପଡ଼ିବା ସ୍ଥାନରେ ମୁରୁଜ ଦ୍ୱାରା ଚିତ୍ର କାଟିବାକୁ ହୁଏ; ପୀଢ଼ାଉପରେ ଭୋଜନ କରିବା ବ୍ଯକ୍ତି ବସନ୍ତି ଓ ମୁରୁଜ ଦିଆଯିବା ସ୍ଥାନରେ ପାତ୍ର ବା ପତ୍ର ରଖାଯାଇ ତହିଁରେ ଖାଦ୍ୟାଦି ବଢ଼ାଯାଇ ଖିଆଯାଏ।]
- ଦେ. କ୍ରି—(ସଂ. ସ୍ଥାନ; ପ୍ରା. ଠାଣ) — (ରାଜା ଆଦି) ଭୋଜନରେ ବସିବା — To dine; to take one's meal