ଟ୍ରିବୁଟେରୀ ମାହାଲ Ṭribuṭerī māhāla
- ବୈଦେ. ବି (ଇଂ. ଟ୍ରିବୁଟାରୀ=କରଦ+ ଫା. ମାହାଲ=ରାଜ୍ୟ) — ଯେଉଁ ରାଜ୍ୟର ରାଜା ସମ୍ରାଟଙ୍କୁ ଟ୍ରିବ୍ୟୁଟ୍ ବା ପେଷ୍କସ୍ ଦିଅନ୍ତି — Tributary Mahals
- ବୈଦେ. ବି (ଇଂ. ଟ୍ରିବୁଟାରୀ=କରଦ+ ଫା. ମାହାଲ=ରାଜ୍ୟ) — [ଦ୍ର—ଇଂରାଜମାନେ ଭାରତକୁ ଅଧିକାର କରିବା ସମୟରେ ଯେଉଁ ଯେଉଁ ରାଜ୍ୟର ରାଜାମାନେ ସରକାରଙ୍କୁ ପେଷ୍କସ୍ ଦେବାର ଚୁକ୍ତି କରି ଇଂରାଜଙ୍କ ସଙ୍ଗେ ସନ୍ଧି କଲେ ସେମାନଙ୍କୁ ଟ୍ରିବୁଟେରୀ ବା କରଦ ଓ ଯେଉଁମାନେ ଯୁଦ୍ଧ ସମୟରେ ଇଂରାଜଙ୍କୁ ସୈନ୍ୟାଦିଦ୍ୟାରା ସାହାଯ୍ୟ କରିବା ପାଇଁ ସନ୍ଧି କଲେ ସେମାନଙ୍କୁ ଫିଉଡେଟରୀ ଚୀଫ୍ ବୋଲାଗଲା। ଓଡ଼ିଶାର ଗଡ଼ଜାତମାନ ପୂର୍ବେ 'ଟ୍ରିବୁଟେରୀ ମାହାଲ' ନାମରେ ଡକା ଯାଉଥିଲା, ପରେ ସେମାନେ ଫିଉଡେଟରୀ ଷ୍ଟ୍ରେଟ୍ ନାମରେ ଅଭିହିତ ହେଲେ ଓ ଏବେ ସେମାନେ ଓଡ଼ଶା ଷ୍ଟେଟ୍ ନାମରେ ଅଭିହିତ।]