ଟିପିବା Ṭipibā
- ଦେ. କ୍ରି. (ସଂ. ଟିପ୍ ଧାତୁ=ଚାଳନ, ପ୍ରେରଣ) — ନଖ ଆଦି ଦ୍ୱାରା ସାମାନ୍ୟ ଆଘାତ କରିବା; ଉସ୍କେଇବା — To pinch softly; to titilate; to hurt softly; to tip
- ଦେ. କ୍ରି. (ସଂ. ଟିପ୍ ଧାତୁ=ଚାଳନ, ପ୍ରେରଣ) — ମୋତେ ତୁଚ୍ଛା କର କର ଭୋରୁ ମୁଁ ନଖରଖର ଟିପୁଁ ଚେତି ଲାଜେ ଜରଜର। ଭଞ୍ଜ. ପ୍ରେମସୁଧାନିଧି।
- ଦେ. କ୍ରି. (ସଂ. ଟିପ୍ ଧାତୁ=ଚାଳନ, ପ୍ରେରଣ) — ଟିପ ଦ୍ୱାରା ଆଘାତ କରିବା ବା ଚିପିବା — To strike or press with the tip of the finger
- ଦେ. କ୍ରି. (ସଂ. ଟିପ୍ ଧାତୁ=ଚାଳନ, ପ୍ରେରଣ) — କେତେକ ଲୋକ ତହିଁ ମୃଦଙ୍ଗ ଟିପିଲେ। କୃଷ୍ଣସିଂହ. ମହାଭାରତ. ଆଦି।
- ଦେ. କ୍ରି. (ସଂ. ଟିପ୍ ଧାତୁ=ଚାଳନ, ପ୍ରେରଣ) — ଅଙ୍ଗମାନଙ୍କୁ ଆଙ୍ଗୁଠି ଦ୍ୱାରା ମୋଡ଼ିବା ବା ଘଷିବା; ମର୍ଦ୍ଦନ କରିବା — To perform massage on the body; to rub the body with the fingers; to press
- ଦେ. କ୍ରି. (ସଂ. ଟିପ୍ ଧାତୁ=ଚାଳନ, ପ୍ରେରଣ) — ସ୍ମରଣାର୍ଥେ କୌଣସି ବିଷୟ ସଂକ୍ଷେପରେ ଲେଖି ରଖିବା; କୌଣସି କଥା ସଂକ୍ଷେପରେ ଲେଖିବା; ନୋଟ୍ କରିବା — To note down; to jot down anything for future reference
- ଦେ. କ୍ରି. (ସଂ. ଟିପ୍ ଧାତୁ=ଚାଳନ, ପ୍ରେରଣ) — ଆଖିମାରିବା; ଠାର ବା ସଙ୍କେତ ଦ୍ୱାରା କୌଣସି ଭାବ ପ୍ରକାଣ କରିବା — To convey one's idea by signs, winks or glances
- ଦେ. କ୍ରି. (ସଂ. ଟିପ୍ ଧାତୁ=ଚାଳନ, ପ୍ରେରଣ) — ଗୋପନରେ କହିବା; କାନରେ ତୁନି କରି କହିବା — To report a thing privately or in whispers; to hint
- ଦେ. କ୍ରି. (ସଂ. ଟିପ୍ ଧାତୁ=ଚାଳନ, ପ୍ରେରଣ) — ଟିପି ଦେଲେ କଂସ ଆଗେ କେ ନୃଶଂସ ନନ୍ଦବନ୍ଦୀ ହେବେ ଟୋପେ। କବିସୂର୍ଯ୍ୟ. କିଶୋରୀଚମ୍ପୂ ଟ ଗୀତ।
- ଦେ. କ୍ରି. (ସଂ. ଟିପ୍ ଧାତୁ=ଚାଳନ, ପ୍ରେରଣ) — ଉତ୍ତେଜିତ କରିବା; ହସ୍ତୀ, ଅଶ୍ୱ ଆଦିଙ୍କୁ ଚାଳିତ କରିବା — To goad to action; to drive a horse or elephant
- ଦେ. କ୍ରି. (ସଂ. ଟିପ୍ ଧାତୁ=ଚାଳନ, ପ୍ରେରଣ) — ତ୍ରିଗର୍ତ୍ତ ଦେଶ ରାଜା ଶୁଣିଣ କୋପିଲେ ମାରିବାକୁ ତାହାଙ୍କୁ ହାତୀ ଟିପି ଦେଲେ। କୃଷ୍ଣସିଂହ. ମହାଭାରତ. ବନ।
- ଦେ. କ୍ରି. (ସଂ. ଟିପ୍ ଧାତୁ=ଚାଳନ, ପ୍ରେରଣ) — (ବନ୍ଧୁକର ଗୁଳି, ଶର, ଟେକା ଆଦିକୁ) ଲକ୍ଷ୍ୟ ବସ୍ତୁ ପ୍ରତି ଫିଙ୍ଗିବା — To despatch (a ball, stone etc) towards an aim; to throw at