ଟିପାରି Ṭpāri

  • ଦେ. ବି. (ଇଂ. ଷ୍ଟ୍ର'ବେରୀ) — ବିଦେଶୀ ଖାଦ୍ୟ ଫଳବିଶେଷ; ଟେପାରି — Cape goose berry; Brazil cherry; Physalis Peruvina
  • ଦେ. ବି. (ଇଂ. ଷ୍ଟ୍ର'ବେରୀ) — [ଦ୍ର—ଏହା ବଙ୍ଗନାଦି ବର୍ଗର ବର୍ଷାୟୁ ଫଳ ଶାକ। ଫଳ ଛୋଟ ଓ ବାଇଗଣ ପରି ବହୁବୀଜ, ଫଳ ଅଶ୍ୱଗନ୍ଧାର ଫଳ ପରି ଫୁଲର ବହିଚ୍ଛଦରେ ଆବୃତ ଥାଏ। ଏ ଗଛ ଆମେରିକାର ପେରୁ ଦେଶରୁ ଏ ଦେଶକୁ ଅଣାଯାଇ କୃଷି କରାଯାଉଅଛି (ଯୋଗେଶ୍ଚନ୍ଦ୍ର)। ପାଚିଲା ଫଳ ସୁଖାଦ୍ୟ।]
  • ଦେ. ବି. (ଇଂ. ଷ୍ଟ୍ର'ବେରୀ) — ଡଙ୍କାରି (ଦେଖ) — Ḍaṅkāri (See)