ଟିଉବ୍ ଉଏଲ୍ Ṭiub uel

  • ବୈଦେ. ବି (ଇଂ. ଟିଉବ୍ୱେଲ୍) — କଳକୂଅ — Tube well
  • ବୈଦେ. ବି (ଇଂ. ଟିଉବ୍ୱେଲ୍) — [ଦ୍ର—କୂଅ ପାଇଁ ମାଟିରେ ଗହିରା ଗାତ ନ ଖୋଳି ଗୋଟିଏ ଲୁହା ନଳକୁ ମାଟିରେ ତଳ ଆଡ଼କୁ ଠେଲି ମାଡ଼ିବାକୁ ହୁଏ ଓ ନଳଟି ମାଟି ଭିତରକୁ କ୍ରମଶଃ ପଶୁଥାଏ। ଏହିପରି ପଶୁ ପଶୁ ନଳ ଯେତେବେଳେ ଭୂଗର୍ଭସ୍ଥ ଜଳସ୍ରୋତ ହାବୁଡ଼େ ସେତେବେଳେ ସେହି ନଳବାଟେ ଉକ୍ତ ଜଳ ପିଚିକି କରି ଉପରକୁ ଉଠି ଆସେ ଓ ନଳ ମୁହଁରେ ପାଣି ବାହାରେ।]