ଟାଣିଟୁଣି Ṭāṇi-ṭuṇi

  • ଦେ. କ୍ରି. ବିଣ (ଅସମାପିକା ରୂପ) — ନିଃଶେଷ କରି; ସମସ୍ତ ଟାଣି ନେଇ — Drawing out everything completely
  • ଦେ. କ୍ରି. ବିଣ (ଅସମାପିକା ରୂପ) — ନେ ବଳଦ ଟାଣି ଟୁଣି; ଆଉ ନାହିଁଟି ଦୋଓଡ଼ାପାଣି। ଶିଶୁଗୀତ।
  • ଦେ. କ୍ରି. ବିଣ (ଅସମାପିକା ରୂପ) — ବହୁ ପରିଶ୍ରମ ସହ; ଖୁବ୍ ଜୋର୍ରେ — Laying much stress or strain; with much straining
  • ଦେ. କ୍ରି. ବିଣ (ଅସମାପିକା ରୂପ) — ବଡ଼ ପାଟି କରି — Loudly
  • ଦେ. କ୍ରି. ବିଣ (ଅସମାପିକା ରୂପ) — ଦ୍ରୋଣ ଭୀଷ୍ମ କର୍ଣ୍ଣ ଯେ ଶଲ୍ୟଙ୍କୁ ନ ଜିଣି ନ କହ ସଭା ମଧ୍ୟେ ହୋଇ ଟାଣିଟୁଣି—କୃଷ୍ଣସିଂହ. ମହାଭାରତ ଉଦ୍ଯୋଗ।
  • ଦେ. କ୍ରି. ବିଣ (ଅସମାପିକା ରୂପ) — ଭିଡ଼ିଓଟାରି; କ୍ଲିଷ୍ଟାର୍ଥ ବା କଳ୍ପିତାର୍ଥ ପ୍ରୟୋଗପୂର୍ବକ — By much straining of language; by applying far-fetched meaning
  • ଦେ. କ୍ରି. ବିଣ (ଅସମାପିକା ରୂପ) — ଆପଣ ନ ହୁଏ ଟାଣିଟୁଣି ଏକ ପ୍ରକାର ପାଠ ଲଗାଇଯିବେ। ଫକୀର ମୋହନ. ଛମାଣ ଆଠଗୁଣ୍ଠ।
  • ଦେ. କ୍ରି. ବିଣ (ଅସମାପିକା ରୂପ) — [ଦ୍ର— କୌଣସି ବାକ୍ୟାର୍ଥ ବକ୍ତାଙ୍କ ଅଭିପ୍ରାୟର ଅନୁକୂଳ ନ ହେଲେ କ୍ଲିଷ୍ଟାର୍ଥ ବା କଳ୍ପିତାର୍ଥ ପ୍ରୟୋଗ କରି ତାଙ୍କ ଅଭିପ୍ରାୟର ଅନୁକୂଳ ଅର୍ଥ କରା ଗଲେ ଏହି ଶବ୍ଦ ପ୍ରୟୋଗ କରାଯାଏ।]
  • ଦେ. କ୍ରି. ବିଣ (ଅସମାପିକା ରୂପ) — ଗର୍ବ ପ୍ରକାଶ ବା ଆସ୍ଫାଳନପୂର୍ବକ — Boastfully; arrogantly