ଟାଇଁଟାଇଁ Ṭāiñ-ṭāiñ

  • ଦେ. ଅ. (ଧ୍ୱନ୍ୟନୁକରଣ) — କଠିନ ବା ଧାତୁମୟ ପଦାର୍ଥରେ କୌଣସି କଠିନ ବସ୍ତୁ ବାଡ଼େଇବାର ଧ୍ୱନି — Metallic hard sound; sound of striking a metal with another hard substance
  • ଦେ. ଅ. (ଧ୍ୱନ୍ୟନୁକରଣ) — [ଦ୍ର—ଘଣ୍ଟା ବାଡ଼େଇବାର; କମାର ହାତୁଡ଼ିରେ ଲୁହା ବାଡ଼େଇବାର; ଶୁଖିଲା ଟେକାଟାଏ ଫମ୍ପା ହାଣ୍ଡିରେ ଜୋର୍ରେ ବାଜିବାର ଶବ୍ଦକୁ ଟାଇଁ ଟାଇଁ ଶବ୍ଦ କୁହାଯାଏ।]
  • ଦେ. ଅ. (ଧ୍ୱନ୍ୟନୁକରଣ) — ତୀବ୍ର; ପ୍ରଚଣ୍ଡ; କଠୋରଭାବରେ — Afflicting; giving pain; sharply
  • ଦେ. ଅ. (ଧ୍ୱନ୍ୟନୁକରଣ) — (ଯଥା—ଖରାଟା ଟାଇଁ ଟାଇଁ ମାରୁଛି।)
  • ଦେ. ଅ. (ଧ୍ୱନ୍ୟନୁକରଣ) — ଟାଉଁ ଟାଉଁ; ବିରକ୍ତିଆ; ଚିଡ଼ିଚିଡ଼ି — Fretting
  • ଦେ. ଅ. (ଧ୍ୱନ୍ୟନୁକରଣ) — ଆଉ ସବୁବେଳେ ଟାଇଁ ଟାଇଁ, ଗହ୍ମା ପୁନିଅଁ ଦିନ ମାଇଁ—ଢଗ।