ଟାଇଁଟାଇଁଆ Ṭāiñ-ṭāiñā

  • ଦେ. ବିଣ — ପ୍ରଚଣ୍ଡ ବା ତୀବ୍ର (ରୌଦ୍ର) — Blasting; very hot (rays of the sun)
  • ଦେ. ବିଣ — (ଯଥା—ଆଜି ଭାରି ଟାଇଁ ଟାଇଁଆ ଖରା ହୋଇଛି।)
  • ଦେ. ବିଣ — ନିଛାଟିଆ (ପଡ଼ିଆ) — Lonely (field)
  • ଦେ. ବିଣ — ବୃକ୍ଷଲତାଶୂନ୍ଯ ବା ଛାୟାଶୂନ୍ଯ (ସ୍ଥାନ) — Open (tract of country); devoid of a shade to protect a wayfarer from the heat of the sun
  • ଦେ. ବିଣ — (ଯଥା—ଟାଇଁଟାଇଁଆ ଗୁହିର ବିଲ।)
  • ଦେ. ବିଣ — ଯାହା ଦୃଢ଼ ପଦର୍ଥଦ୍ୱାରା ଆହତ ହେଲେ ଟାଇଁଟାଇଁ ଶବ୍ଦ କରେ — Producing a metallic clang when struck with a hard substance