ଝୁମୁକା Jhumukā
- ଦେ. ବି. (ସଂ. ଘୂର୍ଣ୍ଣ) — ଶିଶୁମାନଙ୍କର ଖେଳନାବିଶେଷ — Children's rattle
- ଦେ. ବି. (ସଂ. ଘୂର୍ଣ୍ଣ) — [ଦ୍ର—ଏହା କାଠ ବା ଟିଣରେ ପ୍ରସ୍ତୁତ। ଏହା ଫମ୍ପା ଓ ଏଥି ଭିତରେ ଗୋଡ଼ି ପୂରା ଯାଇଥାଏ। ଏହାର ବେଣ୍ଟ ଧରି ହଲାଇଲେ ଏହା ଝୁମୁଝୁମୁ ବାଜେ।]
- ଦେ. ବି. (ସଂ. ଘୂର୍ଣ୍ଣ) — ଅନେକଗୁଡ଼ିଏ ହୁଗୁଳା ଲୁହା ମୁଦିଆ ଲାଗିଥିବା ଗୁଡ଼ିଆ— ମାନଙ୍କର ବୃତ୍ତାକାର ବଳା — A circular ring with smaller loose ones attached to it used by confectioners while going out to hawk sweetmeats
- ଦେ. ବି. (ସଂ. ଘୂର୍ଣ୍ଣ) — [ଦ୍ର—ଗୁଡ଼ିଆମାନେ ମିଷ୍ଟାନ୍ନ ବୋଝ ଧରି ବିକ୍ରି କରିବା ଉଦ୍ଦେଶ୍ୟରେ ବୁଲିବା ସମୟରେ ସେମାନଙ୍କର ଆଗମନ ବିଷୟ ଜନସାଧାରଣଙ୍କୁ ଜଣାଇ ଦେବା ନିମନ୍ତେ ଏହି ଝୁମୁକାକୁ ହାତରେ ଧରି ହଲାଉ ଥାଆନ୍ତି।]
- ଦେ. ବି. (ସଂ. ଘୂର୍ଣ୍ଣ) — କାନର ଅଳଙ୍କାରବିଶେଷ; ସୁନାର କାପ — An earring with a round bob which revolves in the hole of the lobe of the ear
- ଦେ. ବି. (ସଂ. ଘୂର୍ଣ୍ଣ) — ଏକଜାତୀୟ ଲତା ଓ ତାହାର ଫୁଲ — Passiflora; passion flower; Crotoleria Siricea (Haines)
- ଦେ. ବି. (ସଂ. ଘୂର୍ଣ୍ଣ) — [ଦ୍ର—ଏହି ଲତା ପ୍ରଥମେ ଆମେରିକାରୁ ଆନୀତ ହୋଇ ଆଜି— କାଲି ଏ ଦେଶରେ ବଗିଚାମାନଙ୍କରେ ଏହା କୃଷିଜାତ ହୋଇଅଛି। ଏଥିର ଫୁଲ ବାଇଗଣି ରଙ୍ଗର, ଚକ୍ରାକାର, ସୁଗନ୍ଧ ଓ ପଞ୍ଚଦଳ। ଫୁଲର ଦାଢରେ ସୁନ୍ଦର କେଶରମାନ ଥାଏ। ଫୁଲ ବର୍ଷା ଦିନେ ଫୁଟେ। ଫୁଲର ଗନ୍ଧ ମୃଦୁମଧୁର। ଏ ଲତାର ପତ୍ର ତିନିକୋଣିଆଁ। ଏହାକୁ ବାଡ଼, ଜାଲି ବା ରଞ୍ଜାରେ ମଡ଼ାଇଲେ ଏହା ଭଲ ମାଡ଼େ। ଏହାର ମୂଳରୁ 15।20 ହାତ ସୀମା ମଧ୍ୟରେ ଯେଉଁ ଯେଉଁଠାରେ ଭୂଇଁତଳେ ଚେର ମାଡ଼ିଥାଏ ସେଠାରେ ଚେରରୁ ନୂଆ ଲତା ଗଜୁରେ ଏବଂ ଉକ୍ତ ଗଜୁରିଥିବା ଲତାକୁ ଚେର ଅଂଶ ସହିତ କାଟି ଅନ୍ୟତ୍ର ରୋପଣ କଲେ ଏହା ପୁଣି ନୂଆ ଲତା ପରି ମାଡ଼େ। ଏ ଦେଶରେ ଏହାର ମଞ୍ଜି ହୁଏ ନାହିଁ। ଲତାରୁ କଲମ କରିବାଦ୍ୱାରା ବା ଗଜୁରି ଥିବା ଲତାରୁ ନୂଆ ଗଛ ଉତୁରା ଯାଏ। ଏହା ତ୍ରିବିଧ। ଯଥା— 1 . ଝୁମୁକା (ଲତା)—(ଉପରେ ଦେଖ)। 2 . ଚାନ୍ଦିଝୁମୁକା— ଏହାର ଫୁଲ ଧଳା ଓ ମୃଦୁ ସୁଗନ୍ଧଯୁକ୍ତ—White passiflora. 3 . ବଣଝୁମୁକା—ଫୁଲ ଧଳା ଈଷତ୍ ଦୁର୍ଗନ୍ଧ — [ଦ୍ର—ଏହି ଲତା ପ୍ରଥମେ ଆମେରିକାରୁ ଆନୀତ ହୋଇ ଆଜି— କାଲି ଏ ଦେଶରେ ବଗିଚାମାନଙ୍କରେ ଏହା କୃଷିଜାତ ହୋଇଅଛି ଏଥିର ଫୁଲ ବାଇଗଣି ରଙ୍ଗର, ଚକ୍ରାକାର, ସୁଗନ୍ଧ ଓ ପଞ୍ଚଦଳ ଫୁଲର ଦାଢରେ ସୁନ୍ଦର କେଶରମାନ ଥାଏ ଫୁଲ ବର୍ଷା ଦିନେ ଫୁଟେ ଫୁଲର ଗନ୍ଧ ମୃଦୁମଧୁର ଏ ଲତାର ପତ୍ର ତିନିକୋଣିଆଁ ଏହାକୁ ବାଡ଼, ଜାଲି ବା ରଞ୍ଜାରେ ମଡ଼ାଇଲେ ଏହା ଭଲ ମାଡ଼େ ଏହାର ମୂଳରୁ1520ହାତ ସୀମା ମଧ୍ୟରେ ଯେଉଁ ଯେଉଁଠାରେ ଭୂଇଁତଳେ ଚେର ମାଡ଼ିଥାଏ ସେଠାରେ ଚେରରୁ ନୂଆ ଲତା ଗଜୁରେ ଏବଂ ଉକ୍ତ ଗଜୁରିଥିବା ଲତାକୁ ଚେର ଅଂଶ ସହିତ କାଟି ଅନ୍ୟତ୍ର ରୋପଣ କଲେ ଏହା ପୁଣି ନୂଆ ଲତା ପରି ମାଡ଼େ ଏ ଦେଶରେ ଏହାର ମଞ୍ଜି ହୁଏ ନାହିଁ ଲତାରୁ କଲମ କରିବାଦ୍ୱାରା ବା ଗଜୁରି ଥିବା ଲତାରୁ ନୂଆ ଗଛ ଉତୁରା ଯାଏ ଏହା ତ୍ରିବିଧ ଯଥା—1. ଝୁମୁକା (ଲତା)—(ଉପରେ ଦେଖ)2. ଚାନ୍ଦିଝୁମୁକା— ଏହାର ଫୁଲ ଧଳା ଓ ମୃଦୁ ସୁଗନ୍ଧଯୁକ୍ତ—White passiflora.3. ବଣଝୁମୁକା—ଫୁଲ ଧଳା ଈଷତ୍ ଦୁର୍ଗନ୍ଧ—Passiflora Foetida.]