ଝୁମିବା Jhumibā
- ଦେ. କ୍ରି. (ସଂ. ଘୂର୍ଣ୍ଣ) — ମୂର୍ଚ୍ଛା ବା ଭ୍ରମରେ ମୁଣ୍ଡ ବୁଲାଇବା — To reel; to feel giddy
- ଦେ. କ୍ରି. (ସଂ. ଘୂର୍ଣ୍ଣ) — ସଂଶପ୍ତକ ଶରେ ଦେହରୁ ଝାଳ ଗଳି ପଡ଼ନ୍ତେ ରଥେ ଝୁମି ରହିଲେ ବନମାଳୀ— କୃଷ୍ଣସିଂହ, ମହାଭାରତ, ଦ୍ରୋଣ।
- ଦେ. କ୍ରି. (ସଂ. ଘୂର୍ଣ୍ଣ) — ଘୁମାଇବା; ଢୁଳାଇବା — To doze
- ଦେ. କ୍ରି. (ସଂ. ଘୂର୍ଣ୍ଣ) — ଝୁମି ଝୁମି ଲୁଠି ତଳେ ରସାର—କବିସୂର୍ଯ୍ୟ, କିଶୋରୀଚମ୍ପୂ, ଟ. ଗୀତ।
- ଦେ. କ୍ରି. (ସଂ. ଘୂର୍ଣ୍ଣ) — ଯୁଦ୍ଧ କରିବା — To fight
- ଦେ. କ୍ରି. (ସଂ. ଘୂର୍ଣ୍ଣ) — ଝୁମି କାମବାଣେ ଝିଣି ଦେବି ସିନା—କବିସୂର୍ଯ୍ୟ, ଢୁମ୍ପା ଗୀତ।