ଝୁଣ୍ଟିବା Jhuṇṭibā
- ଦେ. କ୍ରି — ଚାଲୁ ଚାଲୁ ଗୋଡ଼ର ଆଙ୍ଗୁଠି କୌଣସି କଠିନ ପଦାର୍ଥରେ ଆଘାତ ପାଇବା — To trip in walking to stumble; to tumble; to strike one's fingers of the leg against something rising out of the ground while walking
- ଦେ. କ୍ରି — ଝୁଣ୍ଟୁଛି କୃଶାଙ୍ଗୀ ଗମନ କାଳେ ଝୁରୁଛି କୁରରୀ ପରି ନିରୋଳେ—ଗୋଲୋକ ଇନ୍ଦୁରେଖା।
- ଦେ. କ୍ରି — ପ୍ରତିବନ୍ଧକରେ ପାଦାଗ୍ର ବାଜିବା ଯୋଗୁଁ ଗତିରୁଦ୍ଧ ହେବା; ପ୍ରତିହତଗତି ହେବା — To have one's motion retarded by tripping or striking one's foot against something rising from the ground
- ଦେ. କ୍ରି — କୌଣସି କଥା କହୁ କହୁ ବା ପଢ଼ୁପଢ଼ୁ ଅଟକିଯିବା — To stutter or stumble while speaking or reading
- ଦେ. କ୍ରି — (ଲକ୍ଷଣାର୍ଥ) ନ ଜାଣି ଭ୍ରମରେ କାର୍ଯ୍ୟ କରିବା; ଭ୍ରମଯୁକ୍ତ କାର୍ଯ୍ୟ କରିବା; ଭ୍ରାନ୍ତିରେ ପଡ଼ିବା; ଭୁଲକରିବା — (figurative) To commit mistake or wrong; to transgress any rule unintentionally
- ଦେ. କ୍ରି — (ଲକ୍ଷଣାର୍ଥ) ଅନାଦର କରିବା; ଖାତିର ନ କରିବା — (figurative) To disregard; not to care
- ଦେ. କ୍ରି — ଝୁଲି ଝୁଲି ଚାଲୁ ମୋଦେ ମଦେ, ଝୁମୁଝୁମୁ ତୋ ଝୁଣ୍ଟିଆ ନାଦେ ଝଟତି ନିର୍ଜର-ପ୍ରଭୁ-ଶୀରି-ଶିର-ଝରାକୁ ମୁଁ ଝୁଣ୍ଟିଯାଏଁ ପାଦେ। କବିସୂର୍ଯ୍ୟ, କବିତା।
- ପ୍ରାଦେ (ସମ୍ବଲପୁର) କ୍ରି — ସକାଳୁ ଅଗଣାରେ ଗୋବର ପାଣି ଛିଞ୍ଚିବା; ଛରା ଦେବା — To sprinkle water mixed with cowdung in the courtyard on the morning