ଝିଲ୍ମିଲ୍ Jhilmil
- ଦେ. ବି — ଖଡ଼ଖଡ଼ି; କବାଟ ବନ୍ଦ ହୋଇଥିବା ଅବସ୍ଥାରେ ମଧ୍ୟ ଘର ଭିତରକୁ ବାୟୁ ଓ ଆଲୋକ ପଶିବା ଭଳି ଅନେକ ଖଣ୍ଡ ପଟାରେ ତିଆରି ଏକ ପ୍ରକାର କବାଟ — Venetian blind (for doors and windows); a shutter
- ଦେ. ବି — [ଦ୍ର—ଝିଲ୍ମିଲ୍ କବାଟ ଏପରି ଭାବରେ ପ୍ରସ୍ତୁତ ଯେ, ତାହାରି ପଛ ଆଡ଼େ ଥିବା ଛଡ଼କୁ ଝିଙ୍କି ଟାଣି ଦେଲେ କବାଟ ବନ୍ଦଥିବା ଅବସ୍ଥାରେ କବାଟ ଭିତରେ ଥିବା ସରୁ ପଟାମାନଙ୍କ ମଧ୍ୟରେ ଫାଙ୍କାମାନ ମେଲା ହୋଇଯାଏ। ଓ ଉକ୍ତ ଛଡ଼କୁ ଛାଡ଼ି ଦେଲେ ଉକ୍ତ ଫାଙ୍କମାନ ବନ୍ଦ ହୋଇଯାଏ। ସେ ଫାଙ୍କମାନ ମେଲା ହେଲେ ଉକ୍ତ ଫାଙ୍କ ବାଟେ ବାୟୁ ଓ ଆଲୋକ ଗୃହ ମଧ୍ୟକୁ ଯାଏ। ଗାଡ଼ି ଓ ପାଲିଙ୍କିର କବାଟମାନଙ୍କରେ ମଧ୍ୟ ଏ ପ୍ରକାର ସୂତ୍ର ଥାଏ।]
- ଦେ. ବି — ଖୁବ୍ ପତଳା; ଜାଲଜାଲୁଆ — Gauze-like
- ଦେ. ବିଣ. ପୁଂ — ଯେଉଁ ବ୍ଯକ୍ତି ଆଖିର ପଲକକୁ ସବୁବେଳେ ଉଠାଉ ଥାଏ ଓ ପକାଉଥାଏ ଓ ଯାହାର ଦୃଷ୍ଟିଶକ୍ତି ଉତ୍ତମ ନୁହେଁ — A dim-sighted person; one who always quickly moves his eyelids up and down
- ଦେ. ବିଣ. — ଅତି ଉଜ୍ଜଳ — Very bright; dazzling