ଝିପିଝିପି Jhipi jhipi
- ଦେ. ଅ. (ଧ୍ୱନ୍ୟନୁକରଣ) — ଛୋଟ ଛୋଟ ଟୋପାରେ ବର୍ଷା ହେବା — Raining in small drops; drizzling; light shower of rain; gentle shower
- ଦେ. ଅ. (ଧ୍ୱନ୍ୟନୁକରଣ) — ଝିପିଝିପି ମେଘ ବରଷି ଆସିଲା ଦେଖୁ ଦେଖୁ ଦୁମୁଦୁମୁ—ନନ୍ଦକିଶୋର, ନିର୍ଝରିଣୀ।
- ଦେ. ବି — ସମାନ୍ୟ ଓ କ୍ଷୁଦ୍ର ଟୋପାରେ ବର୍ଷା — A drizzle; dribble; gentle shower
- ଦେ. ବି — [ଦ୍ର—ଦୁମ୍ଦୁମ୍, ଦୁମୁକାଣି=ଖୁବ୍ ବଡ଼ବଡ଼ ଟୋପାରେ ପ୍ରଚୁର ବର୍ଷା। ଟପଟପ, ଟପର ଟପର=ବଡ଼ ବଡ଼ ଟୋପାରେ ବରଷା। ଝପ୍ଝପ୍, ଝପଝପ, ଝପର ଝପର=ଏହାଠାରୁ ସାନ ଟୋପାରେ ବରଷା। ଝିପ୍ଝିପ୍, ଝିପିଝିପି, ଝିପିରି ଝିପିରି=ଏହା ଅପେକ୍ଷା ଛୋଟ ଟୋପାରେ ବର୍ଷା। ଝୁପ୍ଝୁପ୍, ଝୁପୁଝୁପୁ, ଝୁପୁରୁ ଝୁପୁରୁ=ଏହା ଅପେକ୍ଷା ଛୋଟ ଟୋପାରେ ବର୍ଷା। ଲିଫ୍ଲିଫ୍, ଲିଫିଲିଫି=ଏହା ଅପେକ୍ଷା କ୍ଷୁଦ୍ର ବିନ୍ଦୁରେ ବର୍ଷା। କୁଣ୍ଡାଝଡ଼ା(ରା)— ଅତି କ୍ଷୁଦ୍ର ବିନ୍ଦୁରେ ବର୍ଷା।]