ଝିଙ୍କାରୀ Jhiṅkārī
- (ସଂ. ଝିଞ୍ଜୀ; ଝିଲ୍ଲୀ; ଝିଁ ଝିଁ ଧ୍ୱନ୍ୟନୁକରଣରୁ) — ଝିଲ୍ଲୀ — Grasshopper; the cricket
- (ସଂ. ଝିଞ୍ଜୀ; ଝିଲ୍ଲୀ; ଝିଁ ଝିଁ ଧ୍ୱନ୍ୟନୁକରଣରୁ) — [ଦ୍ର—ଏହା ଏକ ପ୍ରକାର ଝିଣ୍ଟିକା ବା ପତଙ୍ଗ। ଏମାନେ ବିଲରେ ଓ ନିର୍ଜନ ସ୍ଥାନରେ ରାତ୍ରିରେ ଓ ଗ୍ରୀଷ୍ମକାଳ ଦ୍ୱିପ୍ରହର ସମୟରେ ତୀବ୍ର ଝିଁ ଝିଁ କରନ୍ତି; ଓ ଶତ— ଶତ ଝିଙ୍କାରୀଙ୍କ ଶବ୍ଦ ମିଶି ଏକ ଗଭୀର ଓ ତୀବ୍ର ଧ୍ୱନି ଜାତ କରେ।]
- (ସଂ. ଝିଞ୍ଜୀ; ଝିଲ୍ଲୀ; ଝିଁ ଝିଁ ଧ୍ୱନ୍ୟନୁକରଣରୁ) — ଝାଇଁ ଝାଇଁ ସ୍ୱନେ ଡାକେ ଝିଙ୍କାରୀ। ଗୋଲୋକ, ଇନ୍ଦୁରେଖା।