ଝାଡ଼ୁଆ ବ୍ରାହ୍ମଣ Jhāṟḍ̠uā brāhmaṇa
- ଦେ. ବି — ସମ୍ବଲପୁରବାସୀ ଆରଣ୍ୟକ ବ୍ରାହ୍ମଣ — A class of Brāhmanas of Sambalpur (original inhabitants of the place)
- ଦେ. ବି — [ଦ୍ର—ଝାଡ଼ୁଆ ବ୍ରାହ୍ମଣମାନେ ସମ୍ବଲପୁରର ଆଦିମ ନିବାସୀ; ଓଡ଼ିଆ ବ୍ରାହ୍ମଣମାନେ ସମ୍ବଲପୁରକୁ ଆସିବା ପୂର୍ବରୁ ଏମାନେ ଆସି ସମ୍ବଲପୁରରେ ସ୍ଥାୟୀ ଅଧିବାସୀ ହୋଇଥିଲେ। କେହି କେହି କହନ୍ତି ଯଯାତିକେଶରୀ କାନ୍ଯକୁବ୍ଜରୁ ଯେଉଁ ବ୍ରାହ୍ମଣଙ୍କୁ ଅଣାଇ ଥିଲେ ଏମାନେ ସେମାନଙ୍କ ବଂଶଧର। କଥିତ ଅଛି ଯେ ଏମାନେ ପ୍ରଥମେ ଓଡ଼ିଶାରୁ ଆସି ସମ୍ବଲପୁର ଅଞ୍ଚଳରେ ବସତି କରିଥିଲେ, ପରେ ଯେଉଁ ବ୍ରାହ୍ମଣମାନେ ଓଡ଼ିଶାରୁ ଆସିଲେ ସେମାନେ ଆପଣାକୁ ଓଡ଼ିଆ ଓ ପୂର୍ବାଗତ ବ୍ରାହ୍ମଣମାନଙ୍କୁ ଝାଡ଼ୁଆ ନାମ ଦେଲେ।
- ଦେ. ବି — ମତାନ୍ତରରେ ଝାଡ଼ୁଆ ବ୍ରାହ୍ମଣମାନେ ରାଜପୁତ ରାଜାମାନଙ୍କ ସଙ୍ଗେ ଉତ୍ତର-ଭାରତରୁ ସମ୍ବଲପୁରକୁ ଆସିଥିଲେ। ସମ୍ବଲପୁର ଅଞ୍ଚଳ ପୂର୍ବେ ଜଙ୍ଗଲ ଥିବାରୁ ଏହି ଜଙ୍ଗଲ ବା ଝାଡ଼ ଶବ୍ଦ ଅନୁସାରେ ଏ ବ୍ରାହ୍ମଣମାନଙ୍କୁ 'ଝାଡ଼ୁଆ' ବୋଲାଯାଏ। ଏମାନଙ୍କ ସଙ୍ଗେ ଦାନୁଆ ବା ଓଡ଼ିଆ ବ୍ରାହ୍ମଣମାନେ ସାମାଜିକ ଭାବରେ ମିଶନ୍ତି ନାହିଁ।]
- ଦେ. ବି — ସମ୍ବଲପୁର ଅଧିବାସୀ ଗଉଡ଼ ଓ କରଣମାନଙ୍କ ଶ୍ରେଣୀ— ବିଶେଷ — Sub-castes of cowherbs and Karaṇas of Sambalpur