ଝାଡ଼ଖଣ୍ଡ Jhāṟḍ̠a-khaṇḍa
- ଦେ. ବି. (ସଂ. ଝାଟ+ଖଣ୍ଡ) — ଜଙ୍ଗଲ ମୁଲକ; ବଣୁଆ ରାଜ୍ୟ ବା ଦେଶ; ଯେଉଁ ରାଜ୍ୟ ଜଙ୍ଗଲରେ ପୂର୍ଣ୍ଣ; ଆରଣ୍ୟ ଅଞ୍ଚଳ; ଗଡ଼ଜାତ — Wild tract of country; hill-state; a country full of forests
- ଦେ. ବି. (ସଂ. ଝାଟ+ଖଣ୍ଡ) — ଝାଡ଼ଖଣ୍ଡ ରସା ବାଦସା ଭଣେ। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଝ ଗୀତ।
- ଦେ. ବି. (ସଂ. ଝାଟ+ଖଣ୍ଡ) — ମଧ୍ୟପ୍ରଦେଶର ଛତିଶଗଡ଼ ଆଦି ଅରଣ୍ୟମୟ ଅଞ୍ଚଳ — The wild tract of the Central Province
- ଦେ. ବି. (ସଂ. ଝାଟ+ଖଣ୍ଡ) — ବୈଦ୍ୟନାଥ ଧାମ (ଜ୍ଞାନେନ୍ଦ୍ର) (ଦେଖ) — Ba̲i̱dyanātha dhāma (See)
- ଦେ. ବି. (ସଂ. ଝାଟ+ଖଣ୍ଡ) — [ଦ୍ର—ବୈଦ୍ୟନାଥ ଧାମଠାରୁ ଗଞ୍ଜାମ ପର୍ଯ୍ୟନ୍ତ ଯେଉଁ ପାହାଡ଼ ଓ ଜଙ୍ଗଲ ଶ୍ରେଣୀ ଲାଗିଛି ତହିଁର ଭିନ୍ନ ଭିନ୍ନ ଅଂଶ ଝାଡ଼ଖଣ୍ଡ ନାମରେ ଅଭିହିତ ହେବାର ପ୍ରାଚୀନ ଓଡ଼ିଆ ଗ୍ରନ୍ଥମାନଙ୍କରେ ଦେଖାଯାଏ। ମୁସଳମାନ୍ମାନଙ୍କ ରଚିତ ଭାରତ ଇତିହାସମାନଙ୍କରେ ଛତିଶଗଡ଼ ଓ ଗଣ୍ଡାବାନା ଅଞ୍ଚଳର ଉତ୍ତରାଂଶ ଝାଡ଼ଖଣ୍ଡ ନାମରେ ଅଭିହିତ (ହି. ଶବ୍ଦସାଗର)। ବଙ୍ଗୀୟ ବୈଷ୍ଣବ ସାହିତ୍ୟରେ ବୈଦ୍ୟନାଥଧାମ ଓ ସ୍ଥଳବିଶେଷରେ ଓଡ଼ିଶାର ଗଡ଼ଜାତ ଓ ଛତିଶଗଡ଼ ଓ ମଧ୍ୟ— ପ୍ରଦେଶର ଅରଣ୍ୟମୟ ଅଞ୍ଚଳକୁ ଝାଡ଼ଖଣ୍ଡ ନାମରେ ଅଭିହିତ କରାଯାଇଆଛି]