ଝାଳେଇବା Jhāḻeibā

  • ଦେ. କ୍ରି — (ଅଙ୍ଗରୁ) ସ୍ୱେଦସ୍ରାବହେବା; ସ୍ୱେଦ ମୋଚନ କରିବା; (ଅଙ୍ଗ) ଘର୍ମାକ୍ତ ହେବା — To perspire; to sweat
  • ଦେ. କ୍ରି — (କୌଣସି ବସ୍ତର ଦେହଯାକ) କ୍ଷୁଦ୍ର କ୍ଷୁଦ୍ର ଜଳକଣାରେ ଆଚ୍ଛନ୍ନ ହେବା — To be covered over with minute particles of water; to give out moisture
  • ଦେ. କ୍ରି — ବାମ୍ପୁଆଣିଦ୍ୱାରା ବା କୃତ୍ତ୍ରିମ ଉପାୟରେ ମନୁଷ୍ୟର ଦେହରୁ ସ୍ୱେଦୋଦ୍ଗମ କରାଇବା — To bring about perspiration by means of vapour-bath or medicine