ଝାଙ୍କିବା Jhāṅkibā

  • ଦେ. କ୍ରି (ସଂ. ଅଧ୍ୟକ୍ଷ; ପ୍ରା ଅଜ୍ଝକ=ଆଖିର ସମ୍ମୁଖରେ) — ଲୁଚିକରି ଚାହିଁବା ଓ ଚାହିଁକରି ଲୁଚିବା — To look from a covert
  • ଦେ. କ୍ରି (ସଂ. ଅଧ୍ୟକ୍ଷ; ପ୍ରା ଅଜ୍ଝକ=ଆଖିର ସମ୍ମୁଖରେ) — ଝାଙ୍କି ନୟନକୁ ଦେଇ ଅୟନକୁ ଗତିବନ୍ତି ପୁଣପୁଣି। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।
  • ଦେ. କ୍ରି (ସଂ. ଅଧ୍ୟକ୍ଷ; ପ୍ରା ଅଜ୍ଝକ=ଆଖିର ସମ୍ମୁଖରେ) — ଝାଙ୍କି ମାରିବା; ଉହୁଙ୍କି କରି କୌଣସି ଉଚ୍ଚ ସ୍ଥାନର ଅନ୍ତରାଳରୁ ମୁଣ୍ଡ ଟେକି ଚାହିଁବା — To peep across a high barrier
  • ଦେ. କ୍ରି (ସଂ. ଅଧ୍ୟକ୍ଷ; ପ୍ରା ଅଜ୍ଝକ=ଆଖିର ସମ୍ମୁଖରେ) — ଠାବେ ଠାବେ ଅଭ୍ରଖଣ୍ଡ ସ୍ୱର୍ଣ୍ଣକାନ୍ତି ଶିର ତୋଳି ଶୈଳଶିଖୁଁ ଝାଙ୍କୁଥାନ୍ତି—ରାଧାନାଥ, ଚିଲିକା।
  • ଦେ. କ୍ରି (ସଂ. ଅଧ୍ୟକ୍ଷ; ପ୍ରା ଅଜ୍ଝକ=ଆଖିର ସମ୍ମୁଖରେ) — (ସଂ. ଝମ୍ପ) ଇତସ୍ତତଃ ବା ତଳକୁ ଟାଣିବା; ଆକର୍ଷଣ କରିବା; ଜୋର୍ରେ ଝିଙ୍କିବା; ବେଗରେ କମ୍ପିତ କରିବା — To pull down; to tug; to draw with force; to jerk
  • ଦେ. କ୍ରି (ସଂ. ଅଧ୍ୟକ୍ଷ; ପ୍ରା ଅଜ୍ଝକ=ଆଖିର ସମ୍ମୁଖରେ) — ଝାଙ୍କିନେଇ ମନ-ମଣିକି ଯା ସ୍ତନ—ସମ୍ପୁଟରେ ରଖାଇଲୁ। କବିସୂର୍ଯ୍ୟ, ସଙ୍ଗୀତ।
  • ଦେ. କ୍ରି (ସଂ. ଅଧ୍ୟକ୍ଷ; ପ୍ରା ଅଜ୍ଝକ=ଆଖିର ସମ୍ମୁଖରେ) — (ନିଦ୍ରା ଓ ନିଶା ଆଦି) ଆକ୍ରମଣ କରି ଅବନତ କରିବା; ଝୁଙ୍କାଇବା; ଅଚେତନ କରିବା — To cause one to totter; to overpower one (said of sleep or intoxication)
  • ଦେ. କ୍ରି (ସଂ. ଅଧ୍ୟକ୍ଷ; ପ୍ରା ଅଜ୍ଝକ=ଆଖିର ସମ୍ମୁଖରେ) — ଘୂରାଇବା — To whirl
  • ଦେ. କ୍ରି (ସଂ. ଅଧ୍ୟକ୍ଷ; ପ୍ରା ଅଜ୍ଝକ=ଆଖିର ସମ୍ମୁଖରେ) — ଝାମ୍ପିବା — To swoop (Howells)
  • ଦେ. କ୍ରି (ସଂ. ଅଧ୍ୟକ୍ଷ; ପ୍ରା ଅଜ୍ଝକ=ଆଖିର ସମ୍ମୁଖରେ) — ଦୋହୋଲାଇବା; ଜୋର୍ରେ ହଲାଇବା — To give a violent shaking