ଝାଇଁଝାଇଁ Jhāiñ-jhāiñ
- ଦେ. ଅ. (ଧ୍ୱନ୍ୟନୁକରଣ ବା ସଂ. ଝଙ୍କାର) — ଉପର୍ଯ୍ୟୁପରି ପଦାର୍ଥଦ୍ୱୟର ଆଘାତଜନିତ ଶବ୍ଦ — Sound repeated tinkling or clanking; repeated clanging sound
- ଦେ. ଅ. (ଧ୍ୱନ୍ୟନୁକରଣ ବା ସଂ. ଝଙ୍କାର) — (ଯଥା—ଘଣ୍ଟ ବାଜିବାର, ଚାଉଳ ଭାଜିବାର, ଝାଞ୍ଜବାଜିବାର ଶବ୍ଦ।)
- ଦେ. ଅ. (ଧ୍ୱନ୍ୟନୁକରଣ ବା ସଂ. ଝଙ୍କାର) — ଝିଙ୍କାରିମାନଙ୍କର ରାବିବା ଶବ୍ଦ — The chirping of crickets
- ଦେ. ଅ. (ଧ୍ୱନ୍ୟନୁକରଣ ବା ସଂ. ଝଙ୍କାର) — ଝାଇଁ ଝାଇଁ ସ୍ୱନେ ଡାକେ ଝିଙ୍କାରୀ। ସୀମାନ୍ତରେ ଦାବାନଳ ସଞ୍ଚରି। ଗୋଲୋକ, ଇନ୍ଦୁରେଖା।
- ଦେ. ଅ. (ଧ୍ୱନ୍ୟନୁକରଣ ବା ସଂ. ଝଙ୍କାର) — ନିଶା ଗର୍ଜିବାର ଶବ୍ଦ — The deep distant sound observed at dead of night
- ଦେ. ଅ. (ଧ୍ୱନ୍ୟନୁକରଣ ବା ସଂ. ଝଙ୍କାର) — ସୁଗଭୀର ନିଶିଥିନୀ ଝାଇଁ ଝାଇଁରାବେ। ରାଧାନାଥ, ଶ୍ମଶାନ ଦୃଶ୍ୟ।
- ଦେ. ଅ. (ଧ୍ୱନ୍ୟନୁକରଣ ବା ସଂ. ଝଙ୍କାର) — ଝିମି ଝିମି; ଝୋଲା ମାରିବାର ଅନୁଭୂତି — Tingling sensation; a sensation of fainting
- ଦେ. ଅ. (ଧ୍ୱନ୍ୟନୁକରଣ ବା ସଂ. ଝଙ୍କାର) — (ଯଥା—ମୋ ଦେହ ଝାଇଁ ଝାଇଁ ହଉଛି।)
- ଦେ. ଅ. (ଧ୍ୱନ୍ୟନୁକରଣ ବା ସଂ. ଝଙ୍କାର) — ଭାଁ ଭାଁ; କାନରେ ଉପର୍ଯ୍ୟୁପରି ଗର୍ଜନାଦି ବାଜିବା ଅନୂଭୂତି — A feeling of tinkling inside the ear
- ଦେ. ଅ. (ଧ୍ୱନ୍ୟନୁକରଣ ବା ସଂ. ଝଙ୍କାର) — (ଯଥା—କାନ ଝାଇଁ ଝାଇଁ ହେଲା।)