ଝସେଇ ପଶିବା Jhasei paṡibā
- ଦେ. କ୍ରି (ସଂ. ଧର୍ଷଣ+ପ୍ରବେଶ) — କୌଣସି ସ୍ଥାନରେ ବଳପୂର୍ବକ ପ୍ରବେଶ କରିବା — To enter a place forcibly
- ଦେ. କ୍ରି (ସଂ. ଧର୍ଷଣ+ପ୍ରବେଶ) — ସମୁଦ୍ର ବିଳେ ଯାଇ ପଶିଲେ ଝସାଇ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. କ୍ରି (ସଂ. ଧର୍ଷଣ+ପ୍ରବେଶ) — ବହୁଲୋକଙ୍କୁ ଠେଲି ପେଲି କୌଣସି ସ୍ଥାନକୁ ଯିବା — To force one's way to a place
- ଦେ. କ୍ରି (ସଂ. ଧର୍ଷଣ+ପ୍ରବେଶ) — ଶାଲ୍ୱ ସୈନ୍ୟ ଭିତରେ ଝସାଇ ପଶିଲେ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. କ୍ରି (ସଂ. ଧର୍ଷଣ+ପ୍ରବେଶ) — ଦ୍ରୁତଗତିରେ କୌଣସି ସ୍ଥାନକୁ ଯିବା — To go to a place swiftly
- ଦେ. କ୍ରି (ସଂ. ଧର୍ଷଣ+ପ୍ରବେଶ) — ସେ ଜଳ ଭିତରେ ପଶିଲା ଝସାଇ। କୃଷ୍ଣସିଂହ, ମହାଭାରତ ଆଦି।
- ଦେ. କ୍ରି (ସଂ. ଧର୍ଷଣ+ପ୍ରବେଶ) — ଝାସିବା (ଦେଖ) — Jhāsibā (See)