ଝଲକିବା Jhalakibā
- ଦେ. କ୍ରି (ସଂ. ଚଳ ଧାତୁ) — ଦୋହଲିବା; ହଲିବା; ଝୁଲିବା — To dangle; to hang to and fro
- ଦେ. କ୍ରି (ସଂ. ଚଳ ଧାତୁ) — ଜଳଆଦି ପାତ୍ରରେ ଚହଲିବା; ଆନ୍ଦୋଳିତ ହେବା — To shake; to be agitated (said of liquid in a pot)
- ଦେ. କ୍ରି (ସଂ. ଚଳ ଧାତୁ) — (ସଂ. ଝଲ୍ଲକ) ଝଟକିବା; ଦୀପ୍ତି ପାଇବା — To glow; to dazzle
- ଦେ. କ୍ରି (ସଂ. ଚଳ ଧାତୁ) — ତହିଁ ଥାଇ ଯାହା ଝଲକୁଥିଲା ଗୁଣା, କରୁଥିଲା ଯୁବାଜନଙ୍କ ବୁଦ୍ଧି ବଣା। କୃଷ୍ଣସିଂହ, ମହାଭାରତ, ଆଦିପର୍ବ।
- ଦେ. କ୍ରି (ସଂ. ଚଳ ଧାତୁ) — ପାତ୍ରରେ ଜଳଆଦି ଚହଲିକରି ଇଡ଼ିଯିବା; ଉଚ୍ଛୁଳିବା ପଡ଼ିବା; ଚହଲିବା — To be spilt (said of a liquid running out of a pot by shaking or horizontal agitation)
- ଦେ. କ୍ରି (ସଂ. ଚଳ ଧାତୁ) — ଝଲକଇ ଝାଳ ବ୍ୟାଜେ ସୁଧାଝରି—କବିସୂର୍ଯ୍ୟ, କବିତା।
- ଦେ. କ୍ରି (ସଂ. ଚଳ ଧାତୁ) — ଉଦ୍ବିଗ୍ନ ହେବା; (ମନରେ) ଅସ୍ଥିର ବା ଚଞ୍ଚଳ ହେବା — To be mentally agitated or perturbed
- ଦେ. କ୍ରି (ସଂ. ଚଳ ଧାତୁ) — ଝଲକିଗଲେ କୃଷ୍ଣ ଅକାରଣେ—କବିସୂର୍ଯ୍ୟ, କିଶୋରୀଚମ୍ପୂ, ଝ ଗୀତ।
- ଦେ. କ୍ରି (ସଂ. ଚଳ ଧାତୁ) — ଇତସ୍ତତ ହେବା — To waver
- ଦେ. କ୍ରି (ସଂ. ଚଳ ଧାତୁ) — ବିଳସିତ ହେବା; ସ୍ପଷ୍ଟରୂପେ ପ୍ରକାଶିତ ହେବା — To be clearly manifest
- ଦେ. କ୍ରି (ସଂ. ଚଳ ଧାତୁ) — ପିନ୍ଧିଥିବା ଜାମା ନିମାଗୁଡ଼ିକି, ଗୁପତ ଅଙ୍ଗ ଦିଶିଲେ ଝଲକି। କବିସୂର୍ଯ୍ୟ, ସଙ୍ଗୀତ।