ଝମକେଇବା Jhamakeibā

  • ଦେ. କ୍ରି. (ଝମକିବାର ଣିଜନ୍ତରୂପ) — ଧମକାଇବା — To threaten
  • ଦେ. କ୍ରି. (ଝମକିବାର ଣିଜନ୍ତରୂପ) — ଝମଝମ ଶବ୍ଦ କରିବା — To make a jingling or clanking sound
  • ଦେ. କ୍ରି. (ଝମକିବାର ଣିଜନ୍ତରୂପ) — ପାଦ ଧୂଳି ଝାଡ଼ିବା ଛଳେ ନୂପୁର ଝମକାଇ ଭଲେ—ଭୂପତି, ପ୍ରେମପଞ୍ଚାମୃତ।
  • ଦେ. କ୍ରି. (ଝମକିବାର ଣିଜନ୍ତରୂପ) — କୌଣସି ତେଜୋମୟ ପଦାର୍ଥ (ଅସ୍ତ୍ରାଦି)କୁ ଦେଖାଇବା — To display a glittering thing
  • ଦେ. କ୍ରି. (ଝମକିବାର ଣିଜନ୍ତରୂପ) — ଖାପୁଁ କାଢ଼ି ଝମକାଇଲେ କରେ ଖଣ୍ଡା—କୃଷ୍ଣସିଂହ, ମହାଭାରତ, ବନ।
  • ଦେ. କ୍ରି. (ଝମକିବାର ଣିଜନ୍ତରୂପ) — ଇତଃସ୍ତତଃ ଚାଳିତ କରିବା — To wave; to move to and fro
  • ଦେ. କ୍ରି. (ଝମକିବାର ଣିଜନ୍ତରୂପ) — ଇନ୍ଦ୍ର ତାହା ଦେଖି ବଜ୍ରକୁ ଝମକାଇ ଫିଙ୍ଗିଲେ କୁମାରଙ୍କ ଦେହକୁ ଦେଖାଇ—କୃଷ୍ଣସିଂହ, ମହାଭାରତ, ବନ।