ଝଙ୍କାର Jhaṅkāra
- ସଂ. ବି. (ଝୁମ୍=ଅନୁକରଣ ଶବ୍ଦ+କୃ ଧାତୁ+ଭାବ ଅ) — ଝମ୍ ଝମ୍ ଶବ୍ଦ; ଝଣଝଣ ଶବ୍ଦ — 2. Jingling sound; clanging
- ସଂ. ବି. (ଝୁମ୍=ଅନୁକରଣ ଶବ୍ଦ+କୃ ଧାତୁ+ଭାବ ଅ) — ବିମ୍ବାଧରୀଙ୍କର ଚମ୍ପକ ଅଙ୍ଗୁଳି କମ୍ପନେ ମଧୁ ଝଙ୍କାର— ରାଧାନାଥ, ପାର୍ବତୀ।
- ସଂ. ବି. (ଝୁମ୍=ଅନୁକରଣ ଶବ୍ଦ+କୃ ଧାତୁ+ଭାବ ଅ) — ଗୁଞ୍ଜନ; ଭ୍ରମରାଦିଙ୍କ ଗୁଣୁଗୁଣୁ ଶବ୍ଦ — Humming sound; buzzing of bees
- ସଂ. ବି. (ଝୁମ୍=ଅନୁକରଣ ଶବ୍ଦ+କୃ ଧାତୁ+ଭାବ ଅ) — ମଧୁପ ଝଙ୍କାର କରେ ଯେ କାଳେ, ମତ୍ତକାଶିନୀ ମୋହି ସେହି କାଳେ—ଗୋଲୋକ, ଇନ୍ଦୁରେଖା।
- ସଂ. ବି. (ଝୁମ୍=ଅନୁକରଣ ଶବ୍ଦ+କୃ ଧାତୁ+ଭାବ ଅ) — ପବନର ବେଗଦ୍ୱାରା ବୃକ୍ଷାଦିର ପତ୍ର ଓ ଶାଖା ସଞ୍ଚାଳିତ ହେବାର ଶବ୍ଦ; ସାଇଁ ସାଇଁ — Rustling sound produced by wind blowing on the leaves and branches of trees
- ସଂ. ବି. (ଝୁମ୍=ଅନୁକରଣ ଶବ୍ଦ+କୃ ଧାତୁ+ଭାବ ଅ) — ବୀଣାଦି ଯନ୍ତ୍ରର ନିକ୍ୱଣ — The twanging sound of a harp or other stringed instrument
- ସଂ. ବି. (ଝୁମ୍=ଅନୁକରଣ ଶବ୍ଦ+କୃ ଧାତୁ+ଭାବ ଅ) — ଶିଞ୍ଚନ; ଧନୁର ଟଙ୍କାର — Twanging of a bow
- ସଂ. ବି. (ଝୁମ୍=ଅନୁକରଣ ଶବ୍ଦ+କୃ ଧାତୁ+ଭାବ ଅ) — କ୍ରୋଧ, ବିରକ୍ତି, ଆକ୍ରୋଶ ପ୍ରଭୃତି ବ୍ୟଞ୍ଜକ ତର୍ଜ୍ଜନଗର୍ଜ୍ଜନ — Chafing and roaring through anger or displeasure
- ସଂ. ବି. (ଝୁମ୍=ଅନୁକରଣ ଶବ୍ଦ+କୃ ଧାତୁ+ଭାବ ଅ) — କୋଳାହଳ; ଘୋଓ ଘାଆ — Bustle; hubbub
- ଦେ.ବି — ପବନର ବେଗ ବା ହପ୍ପା — Gust or blast of wind