ଜୈନ ଧର୍ମ Ja̲i̱na dharma
- ସଂ. ବି — ଜିନ ବା ଋଷଭଙ୍କ କର୍ତ୍ତୃକ ପ୍ରବର୍ତ୍ତିତ ଧର୍ମ — The Ja̲i̱na religion (akin to Buddhism)
- ସଂ. ବି — [ଦ୍ର—ଏହା ବୌଦ୍ଧଧର୍ମର ରୁପାନ୍ତର ବା ସଂପ୍ରଦାୟବିଶେଷ ବୋଲି କେହି କେହି ଅନୁମାନ କରନ୍ତି। ଜୈନମାନେ 3 ଶାଖାରେ ବିଭକ୍ତ; ଯଥା—ଦିଗମ୍ବର, ଶ୍ୱେତାମ୍ବର ଓ ସ୍ଥାନକବାସୀ। ଜୈନ ଧର୍ମଗ୍ରନ୍ଥ କଳ୍ପସୂତ୍ର ଓ ଆଗମ ଏହି ଦୁଇ ପ୍ରଧାନ ଭାଗରେ ବିଭକ୍ତ। ଏମାନଙ୍କର ପୂଜିତ ଦେବତା ଠିଆ ଉଲଘ୍ନ ମୂର୍ତ୍ତି। ଅହିଂସା ଓ ଜୀବରେ ଦୟା ଏ ଧର୍ମର ପ୍ରଧାନ ଶିକ୍ଷା; ଜୈନଧର୍ମ ବହୁ ପ୍ରାଚୀନ ଧର୍ମ ଥିବାର ଅନୁମିତ ହୁଏ। ବୁଦ୍ଧଦେବଙ୍କ ଜନ୍ମ ପୂର୍ବରୁ ଯେଉଁ ପରି 24 ଟି ବୁଦ୍ଧାବତାର ହୋଇଥିଲା ସେହି ଜୈନମାନଙ୍କ ଅନ୍ତିମ ତୀର୍ଥକର ମହାବୀରଙ୍କ (ଯେ ଖ୍ର. ପୂ. 527 ରେ ନିର୍ବାଣପ୍ରାପ୍ତ ହୋଇଥିଲେ, ତାଙ୍କ) ପୂର୍ବରୁ 24 ଜଣ ତୀର୍ଥଙ୍କର ପୃଥିବୀରେ ଆବିର୍ଭୂତ ହୋଇଥିଲେ। ଜୈନମାନେ ସେମାନଙ୍କ ଧର୍ମଶାସ୍ତ୍ରକୁ ଆଗମ ଓ ପୁରାଣ ଆଦିରେ ବିଭକ୍ତ କରିଆଛନ୍ତି। ଉଦୟଗିରି ଓ ଜୁନାଗଡ଼ରେ ଶିଳାଲିପିମାନଙ୍କରୁ ପାଶ୍ଚାତ୍ୟ ପଣ୍ଡିତମାନେ ଅନୁମାନ କରନ୍ତି ଯେ ବୌଦ୍ଧଧର୍ମ ପୂର୍ବରୁ ଜୈନଧର୍ମ ଭାରତବର୍ଷରେ ଚଳୁଥିଲା। ଜୈନମାନେ ଇଶ୍ୱରଙ୍କୁ ସୃଷ୍ଟିକର୍ତ୍ତା ବୋଲି ମାନନ୍ତି ନାହିଁ। ଏମାନେ ଜିନ ବା ଅର୍ହତଙ୍କୁ ଈଶ୍ୱର ବୋଲି ମାନନ୍ତି, ତାଙ୍କୁ ଉପାସନା କରନ୍ତି ଓ ତାଙ୍କପାଇଁ ମନ୍ଦିର ତିଆରି କରନ୍ତି। ଋଷଭ ଜୈନମାନଙ୍କର ପ୍ରଥମ ତିର୍ଥଙ୍କର। ଏହାଙ୍କୁ ହିନ୍ଦୁମାନେ ଭଗବାନଙ୍କ 24 ଅବତାରରୁ ଏକ ବୋଲି ସ୍ୱୀକାର କରନ୍ତି। ମହାବୀର ତୀର୍ଥଙ୍କରମାନଙ୍କ ଉପଦେଶମାନ ସଂକଳନ କରି ଜୈନ ଧର୍ମଗ୍ରନ୍ଥ ରଚନା କରିଥିଲେ। ଦିଗମ୍ବରମାନେ ଉଲଗ୍ନ ତୀର୍ଥଙ୍କରଙ୍କ ମୂର୍ତ୍ତିକୁ ପୂଜା କରନ୍ତି, ଶ୍ୱେତାମ୍ବର— ମାନେ କୌପୀନ ପରିହିତ ମୂର୍ତ୍ତି ପୂଜା କରନ୍ତି। ଜୀବ ଆପଣା କର୍ମ ଆନୁସାରେ ସୁଖ ଦୁଃଖ ଭୋଗ କଲେ ବୋଲି ଜୈନମାନଙ୍କ ମତ। ହି. ଶବ୍ଦସାଗର] — [ଦ୍ର—ଏହା ବୌଦ୍ଧଧର୍ମର ରୁପାନ୍ତର ବା ସଂପ୍ରଦାୟବିଶେଷ ବୋଲି କେହି କେହି ଅନୁମାନ କରନ୍ତି ଜୈନମାନେ3ଶାଖାରେ ବିଭକ୍ତ; ଯଥା—ଦିଗମ୍ବର, ଶ୍ୱେତାମ୍ବର ଓ ସ୍ଥାନକବାସୀ ଜୈନ ଧର୍ମଗ୍ରନ୍ଥ କଳ୍ପସୂତ୍ର ଓ ଆଗମ ଏହି ଦୁଇ ପ୍ରଧାନ ଭାଗରେ ବିଭକ୍ତ ଏମାନଙ୍କର ପୂଜିତ ଦେବତା ଠିଆ ଉଲଘ୍ନ ମୂର୍ତ୍ତି ଅହିଂସା ଓ ଜୀବରେ ଦୟା ଏ ଧର୍ମର ପ୍ରଧାନ ଶିକ୍ଷା; ଜୈନଧର୍ମ ବହୁ ପ୍ରାଚୀନ ଧର୍ମ ଥିବାର ଅନୁମିତ ହୁଏ ବୁଦ୍ଧଦେବଙ୍କ ଜନ୍ମ ପୂର୍ବରୁ ଯେଉଁ ପରି24ଟି ବୁଦ୍ଧାବତାର ହୋଇଥିଲା ସେହି ଜୈନମାନଙ୍କ ଅନ୍ତିମ ତୀର୍ଥକର ମହାବୀରଙ୍କ (ଯେ ଖ୍ର. ପୂ.527ରେ ନିର୍ବାଣପ୍ରାପ୍ତ ହୋଇଥିଲେ, ତାଙ୍କ) ପୂର୍ବରୁ24ଜଣ ତୀର୍ଥଙ୍କର ପୃଥିବୀରେ ଆବିର୍ଭୂତ ହୋଇଥିଲେ ଜୈନମାନେ ସେମାନଙ୍କ ଧର୍ମଶାସ୍ତ୍ରକୁ ଆଗମ ଓ ପୁରାଣ ଆଦିରେ ବିଭକ୍ତ କରିଆଛନ୍ତି ଉଦୟଗିରି ଓ ଜୁନାଗଡ଼ରେ ଶିଳାଲିପିମାନଙ୍କରୁ ପାଶ୍ଚାତ୍ୟ ପଣ୍ଡିତମାନେ ଅନୁମାନ କରନ୍ତି ଯେ ବୌଦ୍ଧଧର୍ମ ପୂର୍ବରୁ ଜୈନଧର୍ମ ଭାରତବର୍ଷରେ ଚଳୁଥିଲା ଜୈନମାନେ ଇଶ୍ୱରଙ୍କୁ ସୃଷ୍ଟିକର୍ତ୍ତା ବୋଲି ମାନନ୍ତି ନାହିଁ ଏମାନେ ଜିନ ବା ଅର୍ହତଙ୍କୁ ଈଶ୍ୱର ବୋଲି ମାନନ୍ତି, ତାଙ୍କୁ ଉପାସନା କରନ୍ତି ଓ ତାଙ୍କପାଇଁ ମନ୍ଦିର ତିଆରି କରନ୍ତି ଋଷଭ ଜୈନମାନଙ୍କର ପ୍ରଥମ ତିର୍ଥଙ୍କର ଏହାଙ୍କୁ ହିନ୍ଦୁମାନେ ଭଗବାନଙ୍କ24ଅବତାରରୁ ଏକ ବୋଲି ସ୍ୱୀକାର କରନ୍ତି ମହାବୀର ତୀର୍ଥଙ୍କରମାନଙ୍କ ଉପଦେଶମାନ ସଂକଳନ କରି ଜୈନ ଧର୍ମଗ୍ରନ୍ଥ ରଚନା କରିଥିଲେ ଦିଗମ୍ବରମାନେ ଉଲଗ୍ନ ତୀର୍ଥଙ୍କରଙ୍କ ମୂର୍ତ୍ତିକୁ ପୂଜା କରନ୍ତି, ଶ୍ୱେତାମ୍ବର— ମାନେ କୌପୀନ ପରିହିତ ମୂର୍ତ୍ତି ପୂଜା କରନ୍ତି ଜୀବ ଆପଣା କର୍ମ ଆନୁସାରେ ସୁଖ ଦୁଃଖ ଭୋଗ କଲେ ବୋଲି ଜୈନମାନଙ୍କ ମତ ହି. ଶବ୍ଦସାଗର]