ଜୈଗିଷବ୍ୟ Ja̲i̱gishabya

  • ସଂ. ବି — (ନାମ) ମହାଭାରତୋକ୍ତ ଯୋଗଶାସ୍ତ୍ରବେତ୍ତା ଅଦ୍ଭୁତକର୍ମା ଋଷିବିଶେଷ — Name of a sage
  • ସଂ. ବି — [ଦ୍ର—ଅସିତ ଦେବଳ ଜଣେ ଋଷି ଆଦିତ୍ୟ ତୀର୍ଥରେ ବାସ କରୁଥିଲେ। ସେଠାରେ ଏ ଋଷି ଆସି ପହଞ୍ଚି କେତେ ଦିନ ଯୋଗସାଧନା କରିବାପରେ ସିଦ୍ଧି ଲାଭ କଲେ। ଏହାଙ୍କ ଯୋଗ ସିଦ୍ଧିର ମାହାତ୍ମ୍ୟ ପରୀକ୍ଷାଦ୍ୱାରା ଦେଖି ଅସିତ ଦେବଳ ଏହାର ଶିଷ୍ୟତ୍ୱ ଗ୍ରହଣ କରି ଯୋଗସିଦ୍ଧି ଲାଭକଲେ। (ହି. ଶବ୍ଦସାଗର)]