ଜୃମ୍ଭକାସ୍ତ୍ର Jṛumbhakāstra

  • ସଂ. ବି. (ଜୃମ୍ଭକ+ଅସ୍ତ୍ର) — କୃଶାଶ୍ୱ ମୁନିଙ୍କ ଶତ ପୁତ୍ର ଅଧିଷ୍ଠିତ ଅସ୍ତ୍ର — The weapons presided over by the hundred sons of Kṛuṡāṡwa
  • ସଂ. ବି. (ଜୃମ୍ଭକ+ଅସ୍ତ୍ର) — [ଦ୍ର—ରାମଚନ୍ଦ୍ର ତାଡ଼କା ଆଦି ରାକ୍ଷସଙ୍କୁ ବଧ କରିବା ସମୟରେ ବିଶ୍ୱାମିତ୍ର ପ୍ରସନ୍ନ ହୋଇ ପ୍ରୟୋଗମନ୍ତ୍ର ସହିତ ଏ ଅସ୍ତ୍ରମାନଙ୍କୁ ରାମଚନ୍ଦ୍ରଙ୍କୁ ପ୍ରଦାନ କରିଥିଲେ। ଘୋର ତପସ୍ୟା ବଳରେ ବିଶ୍ୱାମିତ୍ର ଏ ଅସ୍ତ୍ରମାନଙ୍କୁ ଅଗ୍ନିଙ୍କଠାରୁ ପାଇଥିଲେ—ହି. ଶବ୍ଦସାଗର।]
  • ସଂ. ବି. (ଜୃମ୍ଭକ+ଅସ୍ତ୍ର) — ଯେଉଁ ଅସ୍ତ୍ର ଜୃମ୍ଭଣ କରାଏ; ଯେଉଁ ଅସ୍ତ୍ରରେ ଆହତ ଯୋଦ୍ଧୃଗଣ ନିଦ୍ରାରେ ଅବସନ୍ନ ହୋଇ ହାଇ ମାରନ୍ତି — The weapon which induces sleep on persons whom it strikes