ଜୀ Jī

  • ଦେ. ବି. (ସଂ. ଜୀବ) — ଜୀବନ; ପ୍ରାଣ — Life
  • ଦେ. ବି. (ସଂ. ଜୀବ) — ମନ; ହୃଦୟ — Mind; heart
  • ଦେ. ବି. (ସଂ. ଜୀବ) — ଅକାଙ୍କ୍ଷା — Desire; wish
  • ଦେ. ବି. (ସଂ. ଜୀବ) — (ସ୍ନେହ; ଭକ୍ତି ଓ ବାତ୍ସଲ୍ୟସୂଚକ ପ୍ରୟୋଗ) ଭକ୍ତି ସ୍ନେହ ବା ବାତ୍ସଲ୍ୟର ପାତ୍ର; ଶ୍ରୀମାନ; ମହାଶୟ — A person worthy of love, affection or respect
  • ଦେ. ବି. (ସଂ. ଜୀବ) — [ଦ୍ର—ଭକ୍ତି ବା ସମାଦରାର୍ଥରେ—ବାବାଜୀ, ଠାକୁରଜୀ ଶ୍ରୀକୃଷ୍ଣଜୀ; ପୁତ୍ର ବା ଶିଷ୍ୟ ଆଦିଙ୍କ ପ୍ରତି ବାତ୍ସଲ୍ୟ ଅର୍ଥରେ—ବାବୁଜୀ, ବାଲକଦାସ ଜୀ; ସ୍ନେହାର୍ଥରେ—ବାଈଜୀ, ସାହୁଜୀ।]
  • ଦେ. ବି. (ସଂ. ଜୀବ) — [ଦ୍ର—ନାମ ପରେ ସମ୍ମାନର ନିଦର୍ଶନରୂପେ 'ଜୀ' ଯୁକ୍ତ ହେବା ସଂସ୍କୃତ ଆଭିଧାନକାର ୱିଲ୍ସନ ସାହେବ ଲେଖିଅଛନ୍ତି।]
  • ଦେ. ଅ—(ସମ୍ବୋଧନାର୍ଥ) — ଭୃତ୍ୟ ପ୍ରଭୁଙ୍କୁ ଉତ୍ତର ପ୍ରଦାନ କରିବାରେ ବ୍ଯବହୃତ ଭକ୍ତିସୂଚକ ସମ୍ବୋଧନ—ହଁ, ମହାଶୟ — (interjection) Yes sir! here sir!
  • ଦେ. ଅ—(ସମ୍ବୋଧନାର୍ଥ) — [ଦ୍ର—ହିନ୍ଦୀ ଭାଷାରେ ଏହି ଶବ୍ଦର ଅବ୍ଯୟସୂଚକ ବ୍ଯବହାର ବିଶେଷ ପ୍ରଚଳନ ଦେଖାଯାଏ।]