ଜୀବନ୍ମୃତ Jībanmṛuta

  • ସଂ. ବିଣ. ପୁଂ (ଜୀବତ୍+ମୃତ; ଜୀବିତାବସ୍ଥାରେ ମୃତ) — ଜୀବଦ୍ଦଶାରେ ମୃତକଳ୍ପ; ଯେ ପ୍ରାଣ ଥାଉଁ ଥାଉଁ ମରିବା ପରି ଥାଏ; ବଞ୍ଚି କରି ମରିବା ପ୍ରାୟ; ଜୀଇଁ ଥାଉଁ ଥାଉଁ ମରିବା ପରି; ମଲା ପରି; ମୃତ— ପ୍ରାୟ — Dead in spite of life; dead while living; dead as its were; half-dead
  • ସଂ. ବିଣ. ପୁଂ (ଜୀବତ୍+ମୃତ; ଜୀବିତାବସ୍ଥାରେ ମୃତ) — ଜୟୀ ହୋଇ ଆମ୍ଭେ ତହିଁ ହେଲୁଁ ଜୀବନ୍ମୃକ୍ତ। ରାଧାନାଥ, ମହାଯାତ୍ରା।
  • ସଂ. ବିଣ. ପୁଂ (ଜୀବତ୍+ମୃତ; ଜୀବିତାବସ୍ଥାରେ ମୃତ) — [ଦ୍ର—ଯେଉଁ ବ୍ଯକ୍ତି ଆପଣାର କର୍ତ୍ତବ୍ଯବିମୁଖ ଓ ଅକର୍ମଣ୍ୟ, ଯେ ଅତି ଦୁଃଖରେ ନିଜର ଭରଣପୋଷଣ ଓ ଜୀବନଯାପନ କରେ ଓ ଯେଉଁ ବ୍ଯକ୍ତି ଅତିଥିସତ୍କାର ନ କରେ ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ସେ ଜୀବନ୍ମୃତ। ହି. ଶବ୍ଦସାଗର]