ଜାରି କରିବା Jāri karibā
- ଦେ. କ୍ରି — କାର୍ଯ୍ୟରେ ପରିଣତ କରିବା — To put in to a force; to carry a thing in to action
- ଦେ. କ୍ରି — (ଯଥା—ପିଆଦା ଆସି ଡିଗ୍ରିକୁ ଜାରି କରିଦେଇଗଲା।)
- ଦେ. କ୍ରି — ପ୍ରଚାର କରିବା — To serve
- ଦେ. କ୍ରି — (ଯଥା— ପିଆଦା ନୋଟିସ ଜାରି କରିବାକୁ ଯାଇଅଛି।)
- ଦେ. କ୍ରି — ପ୍ରବର୍ତ୍ତନ କରିବା — To inaguraute
- ଦେ. କ୍ରି — କଡ଼ାକଡ଼ି ନିୟମ ପ୍ରଚାର କରିବା — To promulgate hard and fast rules
- ଦେ. କ୍ରି — ପ୍ରତିଷ୍ଠିତ କରିବା — To establish
- ଦେ. କ୍ରି — ତୁମ୍ଭ ପରେ କରେ ପ୍ରଭୁପଣ ଜାରି। ରାଧାନାଥ, ଦରବାର।
- ଦେ. କ୍ରି — ଜବତ୍ କରିବା; ଦଣ୍ଡ ଆଦି ଦେଇ ଆୟତ୍ତ କରିବା — To teach a lesson by punishing