ଜାରମହୁରା Jāra-mahurā

  • ଦେ. ବି. (ଫା. ଜହର୍ ଓ ସଂ. ମଧୁରା) — ଜାଲମହୁରା; ସର୍ପଖାଦକ ଚରଡ଼ ଜାତୀୟ ପକ୍ଷୀଙ୍କ ପେଟରୁ ବାହାରିବା କୋଚିଲାମଞ୍ଜି ପରି ଦେଖା ଯାଉ— ଥିବା ଏକପ୍ରକାର କଳା ଓ ହଳଦିଆ ବର୍ଣ୍ଣର ପଥୁରିଆ ଜିନିସ — A calcinous formation and pebble-like substance got from the intestines of flamingo and some ruminant birds and supposed to be an antidote against snake-poison
  • ଦେ. ବି. (ଫା. ଜହର୍ ଓ ସଂ. ମଧୁରା) — [ଦ୍ର—ଏହା କଳା ଓ ଚକଚକ ଦେଖାଯାଏ। ସାପକାମୁଡ଼ା କ୍ଷତ ଜାଗାରେ ଏହାକୁ ଲଗାଇ ଦେଲେ ଏ ଦଷ୍ଟ ବ୍ଯକ୍ତିର ଦେହରୁ ସାପ ବିଷ ଶୋଷି ନିଏ ଓ ବିଷ ଦେହରୁ ନ ଯିବା ପର୍ଯ୍ୟନ୍ତ ଏହା କ୍ଷତ ସ୍ଥାନରେ ଲାଗିରହେ। କେଳାମାନେ ଏହା ସଂଗ୍ରହ କରି ଲୋକଙ୍କୁ ଦିଅନ୍ତି। ପାଗୁଳି କରିବା କେତେକ ଜୀବ (ଯଥା— ଛେଳି, ମୃଗ ଓ ଆମେରିକାର ଲାମା)ଙ୍କର ଅନ୍ତବୁଜୁଳାରୁ ମଧ୍ୟ ଜାରମହୁରା ବାହାରେ।]