ଜାରଣ ମାରଣ Jāraṇa māraṇa
- ଦେ. ବି. (ସଂ. ଜାରଣ+ସଂ. ମାରଣ; ଏକାର୍ଥକ ସହଚର) — ଧାତୁଦ୍ରବ୍ୟାଦିର ଶୋଧନ — Process of oxidising or refining metals for medicinal purposes
- ଦେ. ବି. (ସଂ. ଜାରଣ+ସଂ. ମାରଣ; ଏକାର୍ଥକ ସହଚର) — [ଦ୍ର—ସ୍ୱର୍ଣ୍ଣ, ରୌପ୍ୟ, ପାରା ଆଦି ଧାତୁକୁ ଆୟୁର୍ବେଦୋକ୍ତ ବୈଜ୍ଞାନିକ ପ୍ରକ୍ରିୟାଦ୍ୱାରା ଜାରଣ ବା ଶୋଧନ କଲେ ତାହା ଔଷଧ— ରୂପେ ମନୁଷ୍ୟର ନାନାଭାବରେ ଉପକାର କରେ; କିନ୍ତୁ ଶୋଧିତ ନ ହୋଇ ବ୍ଯବହୃତ ହେଲେ ମନୁଷ୍ୟଶରୀରରେ ନାନା ଅପକାର ଘଟାଏ। ବୈଜ୍ଞାନିକ ପ୍ରକ୍ରିୟାରେ ଜାରିତ ଧାତୁକୁ ଭସ୍ମ ବୋଲା ଯାଏ।]
- ଦେ. ବି. (ସଂ. ଜାରଣ+ସଂ. ମାରଣ; ଏକାର୍ଥକ ସହଚର) — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିକୁ ଆୟତ୍ତ କରିବା ସକାଶେ ନରମ ଗରମ, ସତ୍ ଅସତ୍ ସବୁ ପ୍ରକାର ଉପାୟ — All conceivable means (fair or foul) of bringing a person under control