ଜାଗିରି Jāgiri

  • ବୈଦେ. ବି. (ଫା. ଜାଗୀର୍; ଜା=ଜମି; ଗୀର=ଗ୍ରହଣ) — ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବା ପାଇଁ ଭୂମ୍ୟଧିକାରୀ ବା ଭୂପତିଙ୍କଠାରୁ କାର୍ଯ୍ୟକାରୀ ବ୍ଯକ୍ତି ପାଇଥିବା ନିଷ୍କର ଭୂମି ବା ଗ୍ରାମ; ପେନ୍ସନ୍ ବା ପୁରଷ୍କାର ସ୍ୱରୂପ ରାଜାଙ୍କ ଠାରୁ ପ୍ରାପ୍ତ ଭୂସମ୍ପତ୍ତି — Land or village granted rent-free by the land-lord or king for services rendered; grant of land as pension or reward
  • ବୈଦେ. ବି. (ଫା. ଜାଗୀର୍; ଜା=ଜମି; ଗୀର=ଗ୍ରହଣ) — ବେତନ ପରିବର୍ତ୍ତେ ଭୃତ୍ୟକୁ ପ୍ରଦତ୍ତ ଭୂମି — Service-tenure; land granted rent-free to a servant in lieu of sevice; Jaighir
  • ବୈଦେ. ବି. (ଫା. ଜାଗୀର୍; ଜା=ଜମି; ଗୀର=ଗ୍ରହଣ) — (ଯଥା—ବଢ଼େଇ ଜାଗିରି, କମାର ଜାଗିରି, ମାଳି ଜାଗିରି, ମସାଲଚୀ ଜାଗିରି, ସରବରାକାରୀ, ଜାଗିରି, ସେବକ ଜାଗିରି ଚଉକିଦାରୀ ଜାଗିରି।)
  • ବୈଦେ. ବି. (ଫା. ଜାଗୀର୍; ଜା=ଜମି; ଗୀର=ଗ୍ରହଣ) — [ଦ୍ର—ଏ ଶବ୍ଦ ଇଂରାଜୀଭାଷାରେ ମଧ୍ୟ ଚଳିଳାଣି।]