ଜାଗିରିଦାର୍ Jāgiri-dār
- ବୈଦେ. ବି. (ଫା. ଜାଗୀର୍ଦାର୍) — ଜାଗିରି ଭୋଗ କରିବା ବ୍ଯକ୍ତି — Holder of Jaighir or service-tenure
- ବୈଦେ. ବି. (ଫା. ଜାଗୀର୍ଦାର୍) — [ଦ୍ର—ଇଂରାଜମାନେ ମାନ୍ଦ୍ରାଜଆଡ଼ୁ ପ୍ରଥମେ ଓଡ଼ିଶା ଅଧିକାର କରିବା ସମୟରେ ଓଡ଼ିଶାର ଦ୍ୱାର ସ୍ୱରୂପ ଚିଲିକା ହ୍ରଦର ମୁହାଣ ବାଟେ ସେମାନଙ୍କ ଫଉଜ ଆସିଥିଲେ। ସେହି ସମୟରେ ସେମାନଙ୍କୁ ସହାୟତା କରିଥିବାରୁ ଫତେ ମହମ୍ମଦ୍ ନାମକ ବ୍ଯକ୍ତିଙ୍କୁ ଇଂରାଜ ସରକାର ପାରୀକୁଦ, ମାଲୁଦ, ଆନ୍ଧାରୀ, ବଜ୍ରକୋଟ ପ୍ରଗନ୍ନାମାନେ ଜାଗିରିସ୍ୱରୂପ ଚିରକାଳ ପାଇଁ ନିଷ୍କରରୂପେ ଦେଲେ। ଫତେ ମହମ୍ମଦ ଓ ତାଙ୍କ ବଂଶଧରମାନେ ଅବଧି ଜାଗିରିଦାର୍ ବୋଲି ପରିଚିତ।]