ଜାଗିବା Jāgibā
- ଦେ. କ୍ରି. (ସଂ. ଜାଗୃ ଧାତୁ) — ଚେଇଁବା; ନିଦ୍ରାରହିତ ହେବା — To keep awake; to watch up
- ଦେ. କ୍ରି. (ସଂ. ଜାଗୃ ଧାତୁ) — ନିଦରୁ ଉଠିବା — To rise from up sleep; to wake up
- ଦେ. କ୍ରି. (ସଂ. ଜାଗୃ ଧାତୁ) — ଜାଗି କାନ୍ଦିଲୁ ଦିନେ କାତର ସ୍ୱରେ। ରାଧାନାଥ, ମେଘଦୂତ।
- ଦେ. କ୍ରି. (ସଂ. ଜାଗୃ ଧାତୁ) — ସତର୍କ ରହିବା — To be on the alert
- ଦେ. କ୍ରି. (ସଂ. ଜାଗୃ ଧାତୁ) — ନିଜର ଉନ୍ନତି କରିବାକୁ ଚେଷ୍ଟା କରିବା — To exert for self-improvement
- ଦେ. କ୍ରି. (ସଂ. ଜାଗୃ ଧାତୁ) — ସେ ଜାତି ଜାଗିଲେ ଜଗତେ ତାହାଙ୍କୁ କାହିଁ କିସ କେତେ ମାତ୍ର। ଭିକାରୀ, ଗୀତଲହରୀ।
- ଦେ. କ୍ରି. (ସଂ. ଜାଗୃ ଧାତୁ) — (ଲକ୍ଷଣାର୍ଥ) ଆଳସ୍ୟ ବା ଜଡ଼ତା ବା ନିରୁତ୍ସାହ ପରିତ୍ୟାଗ ପୂର୍ବକ ଉଦ୍ୟମ କରିବା ବା ଚଞ୍ଚଳ ହେବା — To throw off idleness and be active
- ଦେ. କ୍ରି. (ସଂ. ଜାଗୃ ଧାତୁ) — (ଅଗ୍ନି) ଜଳି ଉଠିବା — (fire) To burn; to blaze up
- ଦେ. କ୍ରି. (ସଂ. ଜାଗୃ ଧାତୁ) — (ସକର୍ମକ) ନିଆଁ ଯେପରି ଲିଭି ନ ଯାଏ ସେପରି କରି ନିଆଁକୁ ଜଳାଇ ରଖିବା — To keep a fire burning
- ଦେ. କ୍ରି. (ସଂ. ଜାଗୃ ଧାତୁ) — ସତେଜ ହେବା — To brighten up
- ଦେ. କ୍ରି. (ସଂ. ଜାଗୃ ଧାତୁ) — ସମୃଦ୍ଧ ହେବା — To prosper