ଜହ୍ନିଫୁଲ Jahni-phula
- ଦେ. ବି — ଜହ୍ନି ଲତାର ଶୁଭ୍ର ହରିଦ୍ବର୍ଣ୍ଣ ଫୁଲ — The bright yellow flower of the 'jahni' creeper
- ଦେ. ବି — [ଦ୍ର—ପିଲାମାନେ ସନ୍ଧ୍ୟା ବେଳେ ଗୁଡ଼ିଏ ଜହ୍ନିଫୁଲ ତୋଳି ସେ ଫୁଲତକ ଧରି ପ୍ରତିବେଶୀମାନଙ୍କ ଦ୍ୱାର ଦ୍ୱାର ବୁଲି 'ଜହ୍ନିଫୁଲ ଠୋଓଠା! ଚୁଟିଆ ମୂଷା କହିଯାଇଛି ଚାଉଳ ମୁଠିଏ ରଖିଥା' ଏହି ଗୀତ ବୋଲି ମୁଠିଏ ମୁଠିଏ ଚାଉଳ ସଂଗ୍ରହ କରି ସେଗୁଡ଼ିକର ବିନିମୟରେ ଭୁଜା କିଣନ୍ତି ଓ 'ଜହ୍ନି ଜହ୍ନି ଆଞ୍ଜୁଳି, ନିତି ପଡ଼େ ତିନି ଆଞ୍ଜୁଳି' ଇତ୍ୟାଦି ଗୀତ ବୋଲି ଆଞ୍ଜୁଳାରେ ସଂଗୃହୀତ ଜହ୍ନି ଫୁଲକୁ ଚାଳକୁ ପକାନ୍ତି।
- ଦେ. ବି — ଶୁଭ୍ର ଚନ୍ଦ୍ରକିରଣକୁ ମଧ୍ୟ ଜହ୍ନି ଫୁଲ ସଙ୍ଗେ ତୁଳନା କରାଯାଏ। ଯଥା—ଜହ୍ନିଫୁଲ ପରି ଜହ୍ନ ପଡ଼ିଛି।]