ଜଳହସ୍ତୀ Jaḻa hastī

  • ସଂ. ବି — ହସ୍ତିସଦୃଶ କ୍ଷୁଦ୍ରାୟତନ ବିଶିଷ୍ଟ ଜଳଜନ୍ତୁବିଶେଷ — A sea elephant; the hippopotamus
  • ସଂ. ବି — [ଦ୍ର—ଏମାନେ ସୀଲ୍ଜାତୀୟ ଓ ସ୍ତନ୍ୟପାୟୀ। ଏମାନେ ଲମ୍ବରେ 15 ହାତ ପର୍ଯ୍ୟନ୍ତ ଓ ଉଚ୍ଚରେ 3 ହାତ ପର୍ଯ୍ୟନ୍ତ ବଢ଼ନ୍ତି; ଏମାନଙ୍କ ଚମଡ଼ା କଳା, ମୋଟ, ମସୃଣ ଓ ଲୋମହୀନ; ମୁହଁ ଉପର ପାଖେ 16 ଓ ତଳପାଖେ 14 ଦାନ୍ତ ଥାଏ। ଏମାନେ ଦକ୍ଷିଣ ମହାସାଗର, ଭୁମଧ୍ୟସାଗର ଓ ନୀଳନଦୀରେ ଦେଖା ଯାଆନ୍ତି। 15।20 ମାଈଙ୍କ ଦଳରେ ଗୋଟିଏ ଅଣ୍ଡିରା ଜଳହସ୍ତୀ ଥାଏ। ଅଣ୍ଡିରା ଜଳହସ୍ତୀର ଉପର ଓଠ ହାତିଶୁଣ୍ଢ ପରି ଅଧଫୁଟେ ଆଗକୁ ବାହାରି ଥାଏ। ଏମାନେ ସମୁଦ୍ରର ଉଦ୍ଭିଦଆଦି ଖାଆନ୍ତି। ଏହାର ମାଂସକଳା ଓ ବହୁତ ଚରବୀମିଶା ଥିବାରୁ ଅଖାଦ୍ୟ। ଏହାର ଚର୍ବିରେ ମହମବତୀ ତିଆରି ହୁଏ। ପାଳିଲେ ଏ ପୋଷା— ମାନିବାର ଦେଖା ଅଛି—ହି. ଶବ୍ଦସାଗର।] — [ଦ୍ର—ଏମାନେ ସୀଲ୍ଜାତୀୟ ଓ ସ୍ତନ୍ୟପାୟୀ ଏମାନେ ଲମ୍ବରେ15ହାତ ପର୍ଯ୍ୟନ୍ତ ଓ ଉଚ୍ଚରେ3ହାତ ପର୍ଯ୍ୟନ୍ତ ବଢ଼ନ୍ତି; ଏମାନଙ୍କ ଚମଡ଼ା କଳା, ମୋଟ, ମସୃଣ ଓ ଲୋମହୀନ; ମୁହଁ ଉପର ପାଖେ16ଓ ତଳପାଖେ14ଦାନ୍ତ ଥାଏ ଏମାନେ ଦକ୍ଷିଣ ମହାସାଗର, ଭୁମଧ୍ୟସାଗର ଓ ନୀଳନଦୀରେ ଦେଖା ଯାଆନ୍ତି1520ମାଈଙ୍କ ଦଳରେ ଗୋଟିଏ ଅଣ୍ଡିରା ଜଳହସ୍ତୀ ଥାଏ ଅଣ୍ଡିରା ଜଳହସ୍ତୀର ଉପର ଓଠ ହାତିଶୁଣ୍ଢ ପରି ଅଧଫୁଟେ ଆଗକୁ ବାହାରି ଥାଏ ଏମାନେ ସମୁଦ୍ରର ଉଦ୍ଭିଦଆଦି ଖାଆନ୍ତି ଏହାର ମାଂସକଳା ଓ ବହୁତ ଚରବୀମିଶା ଥିବାରୁ ଅଖାଦ୍ୟ ଏହାର ଚର୍ବିରେ ମହମବତୀ ତିଆରି ହୁଏ ପାଳିଲେ ଏ ପୋଷା— ମାନିବାର ଦେଖା ଅଛି—ହି. ଶବ୍ଦସାଗର]