ଜରତ୍କାରୁ Jarat-kāru

  • ସଂ. ବି. (ନାମ)—(ଜରତ୍=ଜରାଗ୍ରସ୍ତ; ଜୀର୍ଣ୍ଣ+କାରୁ= ଦାରୁଣ; ଯେ ଦାରୁଣ ତପସ୍ୟାଦ୍ୱାରା ଆପଣାର ଶରୀରକୁ ଜୀର୍ଣ୍ଣ କରିଥିଲେ) — ସ୍ୱନାମଖ୍ୟାତ ଋଷିବିଶେଷ — Name of a famous saint
  • ସଂ. ବି. (ନାମ)—(ଜରତ୍=ଜରାଗ୍ରସ୍ତ; ଜୀର୍ଣ୍ଣ+କାରୁ= ଦାରୁଣ; ଯେ ଦାରୁଣ ତପସ୍ୟାଦ୍ୱାରା ଆପଣାର ଶରୀରକୁ ଜୀର୍ଣ୍ଣ କରିଥିଲେ) — [ଦ୍ର—ଏହାଙ୍କର ସ୍ତ୍ରୀ ବାସୁକିଙ୍କ ଭଗିନୀ ମନସା ଦେବୀ। ଏହାଙ୍କ ସ୍ତ୍ରୀଙ୍କ ଉପରେ ଏ କ୍ରୁଦ୍ଧ ହୋଇ ତାଙ୍କୁ ଅନ୍ତଃସତ୍ୱା ଅବସ୍ଥାରେ ପରିତ୍ୟାଗ କରି ଚାଲି ଗଲେ। ଆସ୍ତିକ ମୁନି ଏହାଙ୍କ ପୁତ୍ର। ଏହି ଆସ୍ତିକ ତକ୍ଷକ ନାଗକୁ ଜନମେଜୟଙ୍କ ସର୍ପଯଜ୍ଞରୁ ରକ୍ଷା କରି ଥିଲେ।]
  • ସଂ. ବି. (ନାମ)—(ଜରତ୍=ଜରାଗ୍ରସ୍ତ; ଜୀର୍ଣ୍ଣ+କାରୁ= ଦାରୁଣ; ଯେ ଦାରୁଣ ତପସ୍ୟାଦ୍ୱାରା ଆପଣାର ଶରୀରକୁ ଜୀର୍ଣ୍ଣ କରିଥିଲେ) — ଜରତ୍କାରୁ ଋଷିଙ୍କ ପତ୍ନୀ; ମନସା ଦେବୀ (ହି. ଶବ୍ଦସାଗର) — The wife of Sage Jaratkāru