ଜମିଦାର Jamidāra
- ଦେ. ବି. (ଫା. ଜମିନ୍ଦାର୍) — ଭୂସ୍ୱାମୀ; କ୍ଷେତ୍ରସ୍ୱାମୀ; ଭୂମିର ମାଲିକ; ପ୍ରଜାଙ୍କଠାରୁ ଖଜଣା ଅଦାୟ କରି ଆପଣା ନିର୍ଦ୍ଦିଷ୍ଟ ପାରିଶ୍ରମିକ ବା ମାଲିକାନା କାଟି ନେଇ ବାକି ରାଜସ୍ୱ ବା ସଦରଜମା ସରକାରରେ ଦାଖଲ କରିବା ବ୍ୟକ୍ତି — Zamindar; land-lord; proprietor of land recognised by the Government
- ଦେ. ବି. (ଫା. ଜମିନ୍ଦାର୍) — [ଦ୍ର—ବଙ୍ଗ, ବିହାର, ଓଡ଼ିଶାର ଜମିଦାର ମାନେ ପୂର୍ବେ ମୋଗଲ ରାଜତ୍ୱ ସମୟରେ ପ୍ରଜାମାନଙ୍କଠାରୁ ସମ୍ରାଟଙ୍କୁ ଦେୟ ରାଜସ୍ୱ ଆଦାୟ କରି ରାଜକୋଷରେ ଦାଖଲ କରୁଥିଲେ ଓ ସେମାନେ ରାଜାଙ୍କର ଭୃତ୍ୟ ମାତ୍ର ଥିଲେ। କ୍ରମଶଃ ଏ ଚାକିରି ପୁରୁଷାନୁକ୍ରମେ ବଂଶାନୁଗତ ହେଲା। ଇଂରେଜମାନେ ଏ ଅଞ୍ଚଳ ଅଧିକାର କରିବା ପରେ ରାଜସ୍ୱ ବନ୍ଦୋବସ୍ତ କରିବା ସମୟରେ ଜମିଦାରମାନଙ୍କୁ ଜମିର ମାଲିକ ବା ସ୍ୱତ୍ୱାଧିକାରୀ ବୋଲି ପ୍ରଥମେ ଘୋଷଣାକଲେ ଓ ସେମାନଙ୍କ ପ୍ରାପ୍ୟ 'ମାଲିକାନା' ହିସାବ କରି ରାଜସ୍ୱ-ଜମାରୁ ତାହା କାଟି ଦେଇ ବାକି ଯାହା ସରକାରଙ୍କୁ ଦେୟ ହେଲା ତାହା ସଦରଜମା ବା ମାଲଗୁଜାରି ନାମରେ ଉକ୍ତ ଜମିଦାରି ଉପରେ ବନ୍ଦୋବସ୍ତ କଲେ। ଇଂରେଜ ସରକାର ପରେ ବଙ୍ଗ ଓ ବିହାରରେ ଏହି ଜମାକୁ ଚିରସ୍ଥାୟୀ କଲେ, କିନ୍ତୁ ଓଡ଼ିଶାର ଜମିଦାର— ମାନଙ୍କ ସଦରଜମା ପରବର୍ତ୍ତୀ 'ବନ୍ଦୋବସ୍ତ' ମାନଙ୍କରେ କ୍ରମେ ବଢ଼ୁଅଛି।](ଜମିଦାରାନ୍—ବହୁଚନ)