ଜନ୍ତୁ Jantu
- ସଂ. ବି. (ଜନ ଧାତୁ+କର୍ତ୍ତୃ. ତୁ) — ଜନ୍ମଶୀଳ ଜୀବ; ପ୍ରାଣୀ — Living being; animal; creature; (literally that which is born)
- ସଂ. ବି. (ଜନ ଧାତୁ+କର୍ତ୍ତୃ. ତୁ) — କୃମି — Worm; maggot
- ଦେ. ବି — ଜାନୋଆର୍; ପଶୁ — Beast; brute
- ଦେ. ବି — (ଯଥା—'ସେ ମନୁଷ୍ୟ ନୁହେଁ ଜନ୍ତୁଟିଏ' ଅର୍ଥାତ୍ ପଶୁ ପରି ନିର୍ବୋଧ।)
- ଦେ. ବି — (ଶୁଭବାଚନ) ଖରଜନ୍ତୁ; ଲମ୍ବ ଜନ୍ତୁ; ସର୍ପ — (euphemism) Serpent
- ଦେ. ବି — ବନ୍ୟ ଜନ୍ତୁ; ଶ୍ୱାପଦ ଜନ୍ତୁ — Beast of prey; wild beast
- ଦେ. ବି — ମନୁଷ୍ୟ; ବ୍ଯକ୍ତି — Person; individual; fellow
- ଦେ. ବି — (ଯଥା—'ଅମୁକ ଲୋକ କଅଁଣ ସାମାନ୍ୟ ଜନ୍ତୁଟିଏ?')
- ଦେ. ବି — (ଲକ୍ଷଣାର୍ଥ) ଅତି ବୃହଦାକାର ପଦାର୍ଥ — (figurative) A big thing
- ଦେ. ବି — [ଦ୍ର—ବୃହଦାକାର ପଦାର୍ଥକୁ 'ଜନ୍ତୁ' ବୋଲି କଥା ପ୍ରସଙ୍ଗରେ ବୋଲାଯାଏ, ଯେପରି କି ଛୋଟ ଘର ମଧ୍ୟରେ ଅତି ବଡ଼ ସିନ୍ଧୁକଟାଏ ରଖିବାକୁ ଗଲେ ଲୋକେ କହନ୍ତି ଏ ଘର ଏଡ଼େ ଜନ୍ତୁ କାହୁଁ ସମ୍ଭାଳିବ?]
- ଦେ. ବି — ମହାଭାରତୋକ୍ତ ସୋମକ ରାଜାଙ୍କ ପୁତ୍ର — The son of king Somaka
- ଦେ. ବି — [ଦ୍ର—ଏ ଘୃତ ପରିବର୍ତ୍ତରେ ଚରବୀ ଆହୁତି ଦେଇ ହୋମ କରିବାରୁ ଶତ ପୁତ୍ର ଲାଭ କରିଥିଲେ—ହି. ଶବ୍ଦସାଗର।]