ଜନ୍ତିବା Jantibā
- ଦେ. କ୍ର — କାକରା ଆଦି ପିଠାର ଖଳି ତିଆରି କରିବା ପାଇଁ ଚାଉଳଚୂନା ଆଦିକୁ ପାଣିରେ ସିଦ୍ଧ କରି ନିଆଁ ଉପରେ ସିଦ୍ଧ ହେଉଥିବା ଅବସ୍ଥାରେ ଚଟୁ ଦ୍ୱାରା ଉକ୍ତ ପିଣ୍ଡକୁ ଗୋଳିବା; ଘାଣ୍ଟିବା — To knead flour and water over fire to make dough for cakes
- ଦେ. କ୍ର — ଅଳ୍ପ ସ୍ଥାନରେ ଘନ ଭାବରେ ଲଗାଲଗି କରି ଗୋଟିକ ଉପରେ ଗୋଟିଏ କରି ବହୁ ବସ୍ତୁକୁ ରଖିବା — To huddle many things together within a small space
- ଦେ. କ୍ର — ପେଷିବା — To pound
- ଦେ. କ୍ର — ଦଳିବା — To compress
- ଦେ. କ୍ର — [ଦ୍ର—ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା ଓ ପକାଇବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ।]